ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ

Odisha tele actress Nikita no more

ଓଡ଼ିଆ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ହୋଇଛି । ଗତକାଲି ବାପଘର ଛାତ ଉପରୁ ଖସି ପଡ଼ିଥିଲେ ନିକିତା, କଟକ ମହାନଦୀ ବିହାରରେ ନିକିତାଙ୍କ ବାପଘର। ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗିଥିଲା, ତାହା ସ୍ପଷ୍ଟ ହୋଇନି।କୁହାଯାଉଛି, ସେ ତାଙ୍କ ଘର ଛାତରୁ ପଡ଼ି ଯାଇଥିଲେ। ତାଙ୍କର ଏକ ୬ ମାସର ପୁଅ ଅଛି। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘ଏସିପି ନିକିତା’ରେ ମଧ୍ୟ ସେ ଅଭିନୟ କରିଥିଲେ। ସେ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ୨୦୧୧ରେ ‘ଚୋରି ଚୋରି ମନ ଚୋରି’ ଫିଲ୍ମରେ ସେ ଅଭିନୟ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ମୃତଦେହ ବ୍ୟବଚ୍ଛେଦ। ତାଙ୍କ ମୃତ୍ୟୁ ଖବର ଶୁଣି ଓଡ଼ିଆ ସିନେମା ଓ ଧାରାବାହିକ ଜଗତରେ ଦୁଃଖର ଛାୟା ଖେଳି ଯାଇଛି । ଏହି ଖବର ପାଇ ନିକିତାଙ୍କ ପ୍ରଶଂସକମାନେ ମର୍ମାହିତ ହୋଇପଡିଛନ୍ତି ।

Previous ପରୀକ୍ଷା ପୂର୍ବରୁ କିପରି ପ୍ରସ୍ତୁତ ହେବେ
Next ବିନା ସୁଧରେ ଏସ୍ଏଚଜି ପାଇବେ ଋଣ

No Comment

Leave a reply

Your email address will not be published. Required fields are marked *