କନ୍ଧମାଳ ହଳଦୀ ପାଇଁ ଜିଆଇ ଆବେଦନ

Odisha applies for GI tag for turmeric

କନ୍ଧମାଳ ହଳଦୀକୁ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍(ଜିଆଇ) ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର(ସିଟିଟିସି)ର ଇଣ୍ଟେଲେକଚୁଆଲ ପ୍ରପର୍ଟିର୍ ଫେସିଲେସନ ସେଣ୍ଟର(ଆଇପିଏଫ୍ସି) ପକ୍ଷରୁ ଚେନ୍ନାଇସ୍ଥିତ ଜିଆଇ ଅଫିସ୍ ରେ ହଳଦୀକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଛି ।

ପ୍ରସିଦ୍ଧ କନ୍ଧମାଳ ହଳଦୀର ଜିଆଇ ମାନ୍ୟତା ହାସଲ ପାଇଁ ୨ ମାସ ତଳୁ ନଥିପତ୍ର ପ୍ରସ୍ତୁତିରେ ଲାଗିପଡିଥିଲେ କନ୍ଧମାଳ ଜିଲ୍ଲାପାଳ, ଓଡିଶା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଏବଂ ସ୍ଥାନୀୟ ଚାଷୀଙ୍କୁ ନେଇ ଗଠିତ ‘କସମ୍’ ସଙ୍ଗଠନ । ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଆଇପିଏଫ୍ସି ମୁଖ୍ୟ ଶ୍ରୀ ସଚ୍ଚିକାନ୍ତ କର । ଜିଆଇ ମାନ୍ୟତା ପାଇବା ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିଯାଇପାରେ ବୋଲି କହିଛନ୍ତି ଶ୍ରୀ କର । ଦରଖାସ୍ତ ଆବେଦନ ପାଇଁ ଓଡିଶା ସରକାରଙ୍କ ତରଫରୁ ୮ ଜଣିଆ ଟେକ୍ନିକାଲ କମିଟି ଗଠନ କରାଯାଇଛି । ଏହି କମିଟିରେ ସଦସ୍ୟ ଅଛନ୍ତି କୃଷି ବିଜ୍ଞାନୀ, ଜିଲ୍ଲା ବନାଞ୍ଚଳ ଅଧିକାରୀ, ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ, ବେସରକାରୀ ସଙ୍ଗଠନର ପ୍ରତିନିଧି, ଚାଷୀ ସଙ୍ଗଠନ ‘କସମ୍’ର ସମ୍ପାଦକ, ଆଇପିଏଫ୍ସି ମୁଖ୍ୟ ଏବଂ ସିଟିଟିସିର ଜଣେ ପରାମର୍ଶଦାତା । ଜିଆଇ ମାନ୍ୟତା ପାଇଁ ଆବେଦନ କରିବା ପୂର୍ବର୍ରୁ ସ୍ଥାନୀୟ ହଳଦୀ ଚାଷୀ, କନ୍ଧମାଳ ଜିଲ୍ଲାପାଳ ଏବଂ ଚାଷୀ ସଙ୍ଗଠନ ‘କସମ୍’ର ସଦସ୍ୟଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଟେକ୍ନିକାଲ କମିଟିର ସଦସ୍ୟ ।

Previous 2018 ଆଇପିଏଲ ସିଜିନରେ ଧୋନିଙ୍କ ଡେପୁଟି ରୈନା
Next କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ଟେନିସ ଟୁର୍ଣ୍ଣାମେଣ୍ଟ

No Comment

Leave a reply

Your email address will not be published. Required fields are marked *