‘ମୋ ବସ’ ସେବାପରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ‘ରାଜଧାନୀ ଏକ୍ସପ୍ରେସ’ ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ ତରଫରୁ ଏହି ଯୋଜନାର ପ୍ରଥମ ପର୍ଯ୍ୟାରେ ୨୩ଟି ଏସି ବସର ଚଳାଚଳ କରିବ । ବସଗୁଡିକ ରାଜ୍ୟ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ଗୁଡିକୁ ସଂଯୋଗ କରିବ ।ଭୁବନେଶ୍ୱରରୁ ଫୁଲବାଣୀ,ରାଉରେକଲା, ଭବାନୀପାଟଣା, ଭଂଜନଗର, ରାଜଗାଙ୍ଗପୁର,ରାଜ ଖରିଆର,ଗୋରୁ ମହିଶାଣି,ବୁର୍ଲା ଆଦି ଦେଇ ଯାତାୟାତ କରିବ ଏହି ସମସ୍ତ ବସ । ଏହା ବ୍ୟତୀତ ୪ଟି ଭଲଭୋ ବସର ମଧ୍ୟ ଶୁଭାରମ୍ଭ କରାଯିବ । ଏହି ବସଗୁଡିକ ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ୱର-କୋଲକତା ଓ ପାରାଦୀପରୁ ବିଜୟୱାଡା ପର୍ଯ୍ୟନ୍ତ ଯାତାୟାତ କରିବ । ଏଥିରେ ରହିଛି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା , ନିଶୁଳ୍କ ୱାଇ-ଫାଇ ସେବା, ମୋବାଇଲ ଚାର୍ଜିଂ ବ୍ୟବସ୍ଥା , ସିସିଟିଭି କ୍ୟାମେରା, ଭେଇକିଲ ଟ୍ରାକିଂ ସହ ଶୁଦ୍ଧ ପାନୀୟ ଜଳର ସୁବିଧା ବସଗୁଡିକରେ ଉପଲବ୍ଧ ହେବ । ଏଥିରେ ଯାତ୍ରା କରିବା ପାଇଁ ଅନଲାଇନ ଅଫଲାଇନ ଉଭୟରେ ଟିକେଟ୍ ବୁକିଂ କରିବାର ସୁବିଧା ରହିଛି । ଏହିଯୋଜନାର ଦ୍ଵିତୀୟ ପର୍ଯ୍ୟାରେ ଆଉ 27 ଟି ବସ ଚଳାଚଳ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଏହାସହ ପ୍ରତ୍ୟେକ ବ୍ଲକରେ ବସଷ୍ଟାଣ୍ଡ ତିଆରି ପାଇଁ କାର୍ଯ୍ୟକ୍ରମ ଚାଲିଛି ।
ସମସ୍ତ ଜିଲ୍ଲାକୁ ଗଡ଼ିବ ‘ରାଜଧାନୀ ଏକ୍ସପ୍ରେସ’
Odisha Govt Launches Rajdhani Express Bus Service In Bhubaneswar

No Comment