୧୪୪ ଧାରା ଘେର ଭିତରେ ରହିବ ମାଟ୍ରିକ୍ ପରୀକ୍ଷା ସେଣ୍ଟର!

odisha govt changes in protocol for the conduct of matric exam

ପରୀକ୍ଷା ଦିନରେ ହିଁ କେନ୍ଦ୍ରକୁ ପହଞ୍ଚିବ ମାଟ୍ରିକ୍ ପ୍ରଶ୍ନପତ୍ର। କେହିବି ମୋବାଇଲ ଫୋନ ନେଇପାରିବେନି ପରୀକ୍ଷା କେନ୍ଦ୍ରକୁ । କୋଶ୍ଚିନ୍ ଲିକ୍ ରୋକିବାକୁ ରହିବେ ସ୍ୱତନ୍ତ୍ର ଅଧିକାରୀ ଏହାସହ ୧୪୪ ଧାରା ଘେର ଭିତରେ ରହିବ ସମସ୍ତ ସେଂଟର। ଏହି ନିଷ୍ପତି ମାଟ୍ରିକ୍ ପରୀକ୍ଷା ପରିଚାଳନା ପାଇଁ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ନିଆଯାଇଛି । ଏହାସହ ୩୫0 ନୋଡାଲ ସେଣ୍ଟରରେ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯିବା ସହ ସିସିଟିଭି ଘେରରେ ରହିବ । ଚଳିତ ମାସ ୨୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୫ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିଭଳି ମାର୍ଚ୍ଚ ୨୫ରୁ ଖାତା ମୂଲ୍ୟାୟନ ପକ୍ରିୟା ଆରମ୍ଭ ହେବ।

Previous ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁବୃର୍ତ୍ତ
Next ୫ ମାସ ପରେ ସମ୍ବଲପୁରରେ ଖୋଲିଲା ସରକାରୀ କାର୍ଯ୍ୟାଳୟ

No Comment

Leave a reply

Your email address will not be published. Required fields are marked *