ଧାରାବାହିକରୁ ସଫଳ ସିନେ ଅଭିନେତ୍ରୀ

odia serial actress in ollywood

ଓଡ଼ିଆ ସିନେମା ଓ ଧାରାବାହିକ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସବୁବେଳେ ଦେଖିବାକୁ ମିଳିଛି । ଧାରାବାହିକରୁ ଅଭିନୟ ଆରମ୍ଭ କରି ସିନେମାରେ ସଫଳ ନାୟକ ନାୟୀକା ଭାବେ କ୍ଷାତି ଅର୍ଜନ କରିଛନ୍ତି ଅନେକ କଳାକାର । ସେହିଭଳି କେତ ଜଣ ସଫଳ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନେ ଧାରା ବାହିକରୁ ନିଜର କ୍ୟାରିୟର ଆରମ୍ଭ କରି ସିନେମାରେ ସଫଳ ହୋଇ ପାରିଛନ୍ତି ।
ବର୍ଷା ପ୍ରିୟଦର୍ଶନୀ
ବର୍ତ୍ତମାନ ସମୟର ସବୁଠୁ ଲୋକ ପ୍ରୀୟ ନାୟୀକା ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ । ତାଙ୍କର ପ୍ରଥମ ସିନେମା ଥିଲା ‘ଏଯୁଗର କୃଷ୍ଣ ସୁଦାମ’ । ହେଲେ ଏହା ପୂର୍ବରୁ ସେ ଚୌଧୁରୀ ବିକାଶ ଦାସଙ୍କ ଓଡ଼ିଆ ଧାରାବାହିକ ‘ପଣତକାନି’ରେ ଅଭିନୟ କରୁଥିଲେ । ଏଥିରେ ଅପରାଜିତା ମହାନ୍ତିଙ୍କ ଯୁବା ଅବସ୍ଥା ଓ ତାଙ୍କୁ ଝିଅ ଭୂମିକାରେ ଅଭିନୟ କରିଥିଲେ ।
ନୈନା ଦାସ


ନୈନା ଦାସ ଏମିତି ଏକ ଅଭିନେତ୍ରୀ ଯାହାଙ୍କୁ ଯେକୌଣସି ଚରିତ୍ର ଦେଲେବି ସେ ନିଖୁଣ ଭାବେ ଅଭିନୟ କରିଥାନ୍ତି । ଓଡ଼ିଆ ସିନେମା ଜଗତର ସେ ଜଣେ ସଫଳ ଅଭିନେତ୍ରୀ । ୨୦୦୨ ମସିହାରେ ସେ ‘ମା ମଙ୍ଗଳା’ ସିନେମା ଦ୍ୱାରା ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଧାରାବାହିକରେ ଅଭିନୟ କରୁଥିଲେ । ରାଜୁମିଶ୍ରଙ୍କ ଟେଲି ଧାରାବାହିକ ‘ଦୁହିତା’ରେ ମୁଖ୍ୟ ଭୂମିକରେ ଅଭିନୟ କରିଥିଲେ ନୈନା । କେବଳ ଧାରାବାହିକ ନୁହେଁ ସେ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ଅଧିକ ଲୋକପ୍ରିୟ ଆଲବମ୍ ହେଉଛି ‘ଡ଼େଉଁଛିମୋ ବାଁ ଆଖି’ ।
ଲିପସା ମିଶ୍ର


ବର୍ତ୍ତମାନ ଓଡ଼ିଆ ସିନେମାର ଜଣେ ପରିଚିତ ଚେହେରା ପାଲଟିଥିବା ଲିପସା ମିଶ୍ର ୨୦୧୫ ମସିହା ରେ ‘ମାୟା’ ଫିଲ୍ମ ଜରିଆରେ ଡ଼େବୁକରିଥିଲେ । ହେଲେ ଏହା ପୂର୍ବରୁ ସେ ୨୦୧୧-୧୨ର ଲୋକପ୍ରିୟ ଧାରା ବାହିକ ‘କିଛି ଲୁହ ପିଇଯାଏ ଓଠ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଘରେ ଘରେ ପରିଚିତ ହୋଇପାରିଥିଲେ । ଏହାସହ ‘ତୋ ଅଗଣାର ତୁଳସୀ ମୁଁ’ରେ ମୁଖ୍ୟ ଚରିତ୍ର ତୁଳସୀ ଭୂମିକାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ୫ରୁ ଅଧିକ ଓଡ଼ିଆ ସିନେମା ସହ ‘ଚେହେରା ତେରା ଆଁଖେ ତେରୀରେ’ ହିନ୍ଦୀ ଆଲବମରେ ଅଭିନୟ କରି ଜାତୀୟ ସ୍ତରରେ ଲୋକ ପ୍ରୀୟ ହୋଇପାରିଛନ୍ତି ।
ମଧୁସ୍ମୀତା ପ୍ରଧାନ


ସେ ଟେଲି ଧାରାବାହିକ ‘ବଧୁ’ ଓ ‘ଉଆଁସି କନ୍ୟା’ ପାଇଁ ସମସ୍ତ ଓଡ଼ିଆ ଘରେ ବେଶ ପରିଚିତ । ତାଙ୍କର ଅଭିନୟ କ୍ୟାରିୟର ‘ତୁଳସୀ ’ଧାରାବାହିକରୁ ଆରମ୍ଭ ହୋଇଥିଲା । ଏଥିରେ ସେ ଖୁସି ଭୂମିକାରେ ଅଭିନୟ କରିଥିଲେ । ତାଙ୍କୁ ସିନେମାରେ ମଧ୍ୟ ଦେଖିବାକୁ ମିଳିଛି । ବର୍ଷା ପ୍ରିୟଦର୍ଶନୀ, ଅନୁଭବ ମହାନ୍ତୀ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନିତ ଫିଲ୍ମ ‘ସୁନା ଚଢେଇ ମୋ ରୂପା ଚଢେଇ’ରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ଏଥିରେ ସେ ବର୍ଷାଙ୍କ ସାଙ୍ଗ ଓ ଅନୁଭଙ୍କ ସଂପର୍କିୟ ଭଉଣି ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ‘ହସିବ ପୁଣିମୋ ସୁନା ସଂସାର’, ‘ପୁଣି ଦେଖା ହେବ ଆର ଜନମରେ’ ଆଦି ସିନେମାରେ ଅଭିନୟ କରିଛନ୍ତି ମଧୁସ୍ମୀତା ।
ଗାର୍ଗୀ ମହାନ୍ତୀ


ଜଣେ ଭଲ ଓଡ଼ିଶୀ ନୃତ୍ୟଶୀଳ୍ପୀ ସହ ଅଭିନେତ୍ରୀ ମଧ୍ୟ ସେ । ଅର୍ଜୁନ, କ୍ରାନ୍ତିଧାରା, ‘ସ୍ପନ୍ଦନ’, ‘ହେ ଶଖା’ ଆଦି ସିନେମାରେ ଅଭିନୟ କରିବା ସହ ଅନେକ ପୁରସ୍କାର ପାଇଛନ୍ତି । ହେଲେ ଗାଗ୍ରୀ ତାଙ୍କ କ୍ୟାରିୟର ଦୂରଦର୍ଶନରେ ପ୍ରସାରିତ ‘କହିଲେ ତୋ କୂଳକୁଟୁମ୍ବକୁ ଲାଜ’ ଧାରାବାହିକରେ ଅଭିନୟ କରି ଆରମ୍ଭ କରିଥିଲେ । ଏହାପରେ ସେ ‘ଗାୟତ୍ରୀ’,‘ଟୋପାଏ ସିନ୍ଦୁର ’ ଓ ଏବେ ପ୍ରସାରିତ ‘ରାନୀ’ ଧାରା ବାହିକରେ ଅଭିନୟ କରୁଛନ୍ତି ।
ଶିବାନୀ ସଙ୍ଗୀତା


ଓଡ଼ିଆ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ ସିନେମାରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ସିବାନୀ ବର୍ତ୍ତମାନ ପିଢିର ଆଗଧାଡିରେ ରହିଥିବା ନାୟୀକା ମାନଙ୍କ ମଧ୍ୟରୁ ଜଣେ । ଏହି ନିକଟରେ ‘ପ୍ରେମକୁମାର’ ଚଳଚ୍ଚିତ୍ରରେ ଅନୁଭଙ୍କ ବିପକ୍ଷରେ ନାୟୀକା ହୋଇ ବେଶ ସଫଳତା ପାଇଛନ୍ତି । ହେଲେ ଜାଣିଛନ୍ତି କି ସେ ମଧ୍ୟ ତାଙ୍କ ଅଭିନୟ କ୍ୟାରିୟ ଧାରାବାହିକରୁ ଆରମ୍ଭ କରିଥିଲେ । ୬ବର୍ଷ ବୟସରୁ ‘ଉତ୍ତରଦାୟୀ’ ଧାରାବାହିକରେ ଅଭିନୟ କରିଥିଲେ । ଏହା ସହ ସେ ଧାରାବାହିକ ‘ବଧୁ’ ପାଇଁ ଅଧିକ ଲୋକ ପ୍ରିୟ ହୋଇପାରିଥିଲେ ।

Previous ଅଦରକାରୀ ସିଡ଼-ଡ଼ିଭିଡିରୁ ଦରକାରୀ ଘରସଜା
Next ଔଷଧିୟ ରାଶି

No Comment

Leave a reply

Your email address will not be published. Required fields are marked *