ସ୍ତନ କ୍ୟାନସର ରୋଗୀଙ୍କ ପାଇଁ ସଞ୍ଜିବନୀ


ସ୍ତନ କ୍ୟାନସର ରୋଗରେ ପୀଡିତ ରୋଗୀଙ୍କ ପାଇଁ ଧନ୍ୱନ୍ତରୀ ପାଲଟିଛନ୍ତି ଡକ୍ଟର ସନ୍ଦୀପ କୁମାର ମିଶ୍ର । ତାଙ୍କର ଗବେଷଣାଲବ୍ଧ ମେଡିସିନରେ ସ୍ତନ କର୍କଟ ରୋଗର ନିଦାନ ହୋଇପାରିବ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଯୁବ ଚିକିତ୍ସା ବିଜ୍ଞାନୀ ଡକ୍ଟର ମିଶ୍ର ଏ ଷ୍ଟ୍ରୋଜେନ୍ ରିଲେଟେଡ୍ ରିସିପ୍ଟର ବିଟା ମଲିକୁଲ ଏବଂ ଆର୍ଟେମିସିଆ ଆନୁଆ (Artemisia annua) ଉଦ୍ଭିଦର ପତ୍ର ଏବଂ ଫୁଲରୁ ଆର୍ଟେମିସିନିନ୍ ନାମକ ସ୍ତନ କର୍କଟ ପ୍ରତିରୋଧୀ ମେଡିସିନ୍ ପ୍ରସ୍ତୁତ କରିଛନ୍ତି ।

ଡକ୍ଟର ମିଶ୍ରଙ୍କର ମେଡିସିନ୍ ପ୍ରସ୍ତୁତି ସମ୍ବନ୍ଧୀୟ ନିବନ୍ଧ ବ୍ରିଟିଶ ଜର୍ନାଲ ଅଫ୍ କ୍ୟାନସରରେ ପ୍ରକାଶିତ ହୋଇଛି । ଯାହାକି ବ୍ରେଷ୍ଟ କ୍ୟାନସର ସହ ଲଢୁଥିବା ଗୃହିଣୀଙ୍କ ପାଇଁ ସଞ୍ଜିବନୀ ପାଲଟିବ । ଜୀବ ବିଜ୍ଞାନ ପ୍ରତିଷ୍ଠାନର କ୍ୟାନସର ବାୟୋଲଜି ବିଭାଗରେ ଥିବା ମଲିକୁଲାର ଅଙ୍କୋଲୋଜି ଲ୍ୟାବର ମୁଖ୍ୟ ଶ୍ରୀ ମିଶ୍ର ନିକଟରେ ଏଷ୍ଟ୍ରୋଜେନ୍ ରିଲେଟେଡ୍ ରିସିପ୍ଟର ବିଟା ମଲିକୁଲ ପାଇ ଆର୍ଟମିସିନିନ୍ ପ୍ରସ୍ତୁତ କରିଛନ୍ତି । ଏମ୍ସ ପ୍ରଫେସର ଡକ୍ଟର ଦିଲ୍ଲୀପ କୁମାର ପଣ୍ଡା ଏବଂ ଡକ୍ଟର ମିଶ୍ର ଏହି ମେଡିସିନ୍ ଜରିଆରେ ବ୍ରେଷ୍ଟ କ୍ୟାନସର ନିଦାନ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ଯୋଗ ଦେବା ପୂର୍ବରୁ ଡକ୍ଟର ସନ୍ଦୀପ କୁମାର ମିଶ୍ର ଟେକ୍ସାସର ହଷ୍ଟନସ୍ଥିତ ଏମ୍ ଡି ଆଣ୍ଡରସନ୍ କ୍ୟାନସର ସେଣ୍ଟରରେ କାର୍ଯ୍ୟ କରୁଥିଲେ ।

Previous ହଳଦି ରଙ୍ଗର ସୋରିଷ କ୍ଷେତ
Next ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ: ୪ଟି ସଙ୍ଗଠନ ସହିତ ଏମ୍ଓୟୁ

No Comment

Leave a reply

Your email address will not be published. Required fields are marked *