ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ଫଳରେ ଲୋକଙ୍କୁ ତାତିରୁ ଅଶ୍ଵସ୍ତି ମିଳିଛି। ବାଲେଶ୍ୱର ସହରରେ ଗତକାଲି ରାତିରେ ଘଡ଼ ଘଡ଼ି ସହ ବର୍ଷା ହୋଇଥିଲା। ଆଜି ସକାଳ ସୁଦ୍ଧା ଏଠାରେ ବର୍ଷା ଲାଗି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳେ କିଛି ସମୟ ପାଇଁ ବର୍ଷା ହୋଇଥିଲା। କଟକରେ ମଧ୍ୟ ଭୋର୍ରେ ପବନ ଓ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଛି। ଏହାସହ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ଉକ୍ତ ଜିଲ୍ଲା ଗୁଡିକରେ ପବନର ବେଗ ୩୦ରୁ ୪୦ କି.ମି. ରହିବାର ସମ୍ଭାବନା ରହିଛି। ଏହାବ୍ୟତୀତ ରାଜ୍ୟର କିଛି ଜିଲ୍ଲାରେ ସ୍ଥାନେ ସ୍ଥାନେ ସ୍ୱଳ୍ପ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ମେଘୁଆ ରହିବ ବୋଲି ସୂଚନା ମିଳିଛି ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା
norwester rain likely to lash odisha

No Comment