ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ

nobel prize in physics

ଲେଜର ଫିଜିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ବୈଜ୍ଞାନିକ ଆର୍ଥର ଅସ୍କିନ(୯୬), ଫ୍ରାନ୍ସର ଇଂଜିନିୟର ଜେରାଡ ମୋୖରୋ ଓ କାନାଡର ପ୍ରଫେସର ଡୋନା ଷ୍ଟ୍ରିକଲ୍ୟାଣ୍ଡଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ । ଅପ୍ଟିକାଲ ଟ୍ୱିଜରକୁ ବାୟୋଲୋଜିକାଲ ସିଷ୍ଟମରେ ବ୍ୟବହାର କରି ନୋବେଲ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଡକ୍ଟର ଅସ୍କିନ । ଉଚ୍ଚ ତାବ୍ରତାର ଅଲଟ୍ରା ସଟ୍ ଅପ୍ଟିକାଲ ଫଲସ ଉତ୍ପାଦନ ପାଇଁ ଡକ୍ଟର ମୋୖରୋ ଓ ଡକ୍ଟର ଷ୍ଟ୍ରିକଲ୍ୟାଣ୍ଡଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାରେ ବିଶ୍ୱର ତୃତୀୟ ମହିଳା ହେବାର ସୌଭାଗ୍ୟ ମିଳିବ ଷ୍ଟ୍ରିକଲ୍ୟାଣ୍ଡଙ୍କୁ । ପୁରସ୍କାର ବାବଦରେ ତିନି ବୈଜ୍ଞାନିକଙ୍କୁ ୧୦୧ ନିୟୁତ ଡଲାର ଦିଆଯିବ ।

Previous ଚିକିତ୍ସା ବିିଜ୍ଞାନରେ ହୋଞ୍ଜୋ ଏବଂ ଆଲିସନଙ୍କୁ ନୋବେଲ
Next କୁମ୍ଭାର ବୃତ୍ତିକୁ ନୂଆ ରୂପ ଦେଇଛି ଟେରାକୋଟା

No Comment

Leave a reply

Your email address will not be published. Required fields are marked *