ବାରଣାସୀରୁ ମୋଦୀଙ୍କ ବିପକ୍ଷରେ କିଏ କଂଗ୍ରେସରୁ ଛିଡା ହେବ ସେ ନେଇ କିଛିଦିନ ହେଲା ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସେହି ଚର୍ଚ୍ଚାର ଅବସାନ ଘଟିଛି । ପ୍ରଥମେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମୋଦୀଙ୍କ ବିପକ୍ଷରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିବା ବେଳେ ଏବେ କଂଗ୍ରେସ ଅଜୟ ରାଏଙ୍କୁ ପ୍ରାର୍ଥୀ କରିଥିବା ଜଣା ପଡ଼ିଛି । ଅଜୟ ରାଏ ବାରଣାସୀନରୁ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି । ଏହା ସହ ଗୋରଖପୁରରୁ କଂଗ୍ରେସ ମଧୁସୁଦନ ତିଓ୍ଵାରିଙ୍କୁ ବିଜେପି ପ୍ରାର୍ଥୀ ତଥା ଅଭିନେତା ରବି କିସନଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢ଼ାଇବ ବୋଲି ଘୋଷଣା କରିଛି । ଅଜୟ ରାଏଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
ବାରଣାସୀରୁ ମୋଦୀଙ୍କ ବିପକ୍ଷରେ ଅଜୟ ରାଏଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
no priyanka in varanasi congress fields ajay rai

No Comment