ମାଛ ପରିବହନ ଓ ବିକ୍ରିରେ ବାଧା ନାହିଁ

No hurdles for fish sale and transport during lockdown

ବିଭିନ୍ନ ଧରଣର ମାଛ ଓ ଚିଙ୍ଗୁଡ଼ିର ଉତ୍ପାଦନ, ପ୍ରକ୍ରିୟାକରଣ, ପରିବହନ ତଥା ବିକ୍ରିବଟା ଲାଗି ବର୍ତ୍ତମାନ ପରିସ୍ଥିତିରେ ମାଛ ଚାଷୀ ମାନଙ୍କର ଯେପରି କୌଣସି ଅସୁବିଧା ନହୁଏ, ସେଥିଲାଗି ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ବିଭିନ୍ନ କଟକଣା ଜାରି ହୋଇଥିବା ବେଳେ ମାଛ ଜାଆଁଳ, ଚିଙ୍ଗୁଡ଼ି ଓ ମାଛ ଉତ୍ପାଦନ ସାଙ୍ଗକୁ ସେସବୁର ପ୍ୟାକିଂ, ପରିବହନ, ବିକ୍ରି ତଥା ମତ୍ସ୍ୟଖାଦ୍ୟ ବ୍ୟବସାୟରେ ସଂପୃକ୍ତ ଚାଷୀ ଓ ବ୍ୟବସାୟୀଙ୍କ ଚଳପ୍ରଚଳ କୁ ଅବ୍ୟାହତ ରଖିବା ଲାଗି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଅପ୍ରେଲ ୩ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏସ.ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏସବୁ କାର୍ଯ୍ୟକଳାପ ପାଇଁ ଅନୁମତି ଦେବା ବେଳେ ସାମାଜିକ ଦୂରତା ନିୟମକୁ ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି।
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁଗମ କରିବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Previous ଜମିରେ ଚାଷ କାର୍ଯ୍ୟ ଚାଲୁ ରହିବ
Next ଓଡ଼ିଶାରେ ଅପ୍ରେଲ ୩୦ ଯାଏଁ ଲକଡାଉନ୍

No Comment

Leave a reply

Your email address will not be published. Required fields are marked *