ବୋଇଂ 737-MAX ବିମାନ ଉଡ଼ାଣରେ କଟକଣା ଲଗାଇଲା ଭାରତ

no go for boeing-737-max planes in india

ରବିବାର ନାଇରୋବି ଯାଉଥିବା ଇଥିଓପିଆନ୍ ଏୟାରଲାଇନ୍ସର ବୋଇଂ 737 MAX 8 ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତରେ ବୋଇଂ 737-MAX ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର । ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଟୁଇଟ କରଯାଇ ସ୍ପଷ୍ଟ କରାଯାଇଛି ଯେ ବୋଇଂ 737-ମ୍ୟାକ୍ସରେ ଯେ ପର୍ଯ୍ୟନ୍ତ ଡିଜାଇନ୍‌ରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ କରାନଯାଇଛି ସେପର୍ଯ୍ୟନ୍ତ ଏହାର ଉଡାଣ ବନ୍ଦ ରହିବ। ଅନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଜରୁରୀ ବୈଠକ ଡାକିଛନ୍ତି। ସମସ୍ତ ଏୟାର୍‌ ଲାଇନ୍ସକୁ ନେଇ ଅପରାହ୍ନ ୪ ଟାରେ ବୈଠକ ଡକାଯାଇଛି। ୫ ମାସ ଭିତରେ ଏହି ମଡେଲ୍‌ର ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହେବା ପରେ DGCA ଏହାର ଉଡ଼ାଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। DGCAର ନିର୍ଦ୍ଦେଶ ପରେ 737-MAX ମଡେଲ୍‌ର ସବୁ ବିମାନ ଉଡ଼ାଣକୁ ସସ୍‌ପେଣ୍ଡ କରିଛି ସ୍ପାଇସ୍ ଜେଟ୍। ଅନ୍ୟପକ୍ଷରେ ଇଥିଓପିରେ ବିମାନ ଦୁର୍ଘଟଣା ହେବାପରେ ବ୍ରିଟେନ,ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ, ସିଙ୍ଗାପୁର, ଚୀନ, ଦକ୍ଷିଣକୋରିଆ, ଆଇସଲାଣ୍ଡ,ଓମାନ ଆଦି ଦେଶରେ ବୋଇଂ 737-MAX ବିମାନ ଉଡାଣ ବନ୍ଦ କରାଯାଇଥିବା ବେଳେ ଏବେ ଭାରତ ଏହି ବିମାନ ଉଡ଼ାଣରେ କଟକଣା ଲଗାଇଛି ।

Previous ବାଲିଗୁଡ଼ାରେ ମାଓ ପୋଷ୍ଟର, ଭୋଟ୍ ବର୍ଜନ ପାଇଁ ଦେଲେ ଆହ୍ୱାନ
Next ରିଲିଜ୍‌ ହେଲା ‘କଲଙ୍କ’ର ଟିଜର:୨୧ ବର୍ଷ ପରେ ଏକାଠି ହେଲେ ସଞ୍ଜୟ-ମାଧୁରୀ 

No Comment

Leave a reply

Your email address will not be published. Required fields are marked *