ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ପାଳନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ବନ୍ଦ ପାଳନ କରୁଛନ୍ତି । ଆନ୍ଦୋଳନର ପ୍ରଭାବ ବିଶେଷ ଭାବେ ଜନଜୀବନ ଉପରେ ପଡିନଥିବା ବେଳେ ରାଜଧାନୀରୁ ବସ ଓ ଅଟୋ ଚଳାଚଳ ବନ୍ଦ ରହିଛି । କେତେକ ସ୍ଥାନରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଆଜି ଓଡ଼ିଶା ବନ୍ଦ ଯୋଗୁଁ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ପୁନଃ ପରୀକ୍ଷା କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶିତ ହେବ । ସେହିଭଳି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଅଧିନରେ ହେବାକୁ ଥିବା ସବୁ ପରୀକ୍ଷା ବାତିଲ କରାଯାଇ ମାର୍ଚ୍ଚ ୧ରେ ହେବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ବନ୍ଦକୁ କଂଗ୍ରେସ ଓ ବିଜେପିର ସମର୍ଥନ କରିଛନ୍ତି ମଧ୍ୟ ଅନ୍ୟପକ୍ଷରେ ସରକାର ଓ ପୋଲିସ ବାହିନୀ ଚାଷୀଙ୍କୁ ଦମନ ପାଇଁ ଉଦ୍ୟମ ଚଳାଇଛି ରାଜଧାନୀରୁ ସକାଳୁ ୭୦ରୁ ଅଧିକ ଚାଷୀଙ୍କୁ ଗରିଫ କରାଯାଇଥିବା ବେଳେ ଜଗତସିଂହପୁର ସଦର ବସ୍ଷ୍ଟାଣ୍ଡରୁ ୨୦ ଜଣଙ୍କୁ ଗିରଫ କରାଯାଇଥିଲା । ଚାଷୀଙ୍କ ଗିରଫ ପରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଦମନ କରି ଆନ୍ଦୋଳନକୁ ରୋକାଯାଇପାରିବ ନାହିଁ । ବନ୍ଦର ପ୍ରଭାବ ଫିକା ପଡ଼ିନି । ସାରା ରାଜ୍ୟରେ ବନ୍ଦର ପ୍ରଭାବ ପଡ଼ିଛି । ସରକାର ଦମନଲୀଳା ଚଳାଇ ଚାଷୀ ଆନ୍ଦୋଳକୁ ରୋକିବା ପାଇଁ ଚାହୁଁଛନ୍ତି । ପ୍ରାଇସ୍, ପ୍ରେଷ୍ଟିଜର ଆନ୍ଦୋଳନକୁ ଶେଷ କରିବା ପାଇଁ ଚେଷ୍ଟା କରାଯାଉଛି, ଯାହା ଅସମ୍ଭବ । ଅନ୍ଦୋଳନକୁ ରୋକିବା ପାଇଁ ଚାହିଁଲେ ତାହାର ପ୍ରଭାବ ଅଧିକ ପଡ଼ିବ । ହିଂସା ନୁହେଁ ଅହିଂସାରେ ଆନ୍ଦୋଳନ କରାଯାଉଛି । ଛାତ୍ରଛାତ୍ରୀଙ୍କ ସ୍କୁଲ ବସକୁ ଅଟକାଯାଇନି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନ ନେଇ କୃଷି ମନ୍ତ୍ରୀଙ୍କ ଶଶୀଭୂଷଣ ବେହେରା ପ୍ରତିକ୍ରିୟା ଦେଇ କହିଛନ୍ତି ମାଟ୍ରିକ ଭଳି ଗୁରୁତ୍ବପୂର୍ଣ୍ଣ ପରୀକ୍ଷାକୁ ଭୃକ୍ଷେପ ନକରି ବନ୍ଦ କରିବା ଦୁର୍ଭାଗ୍ୟଜନକ, ବନ୍ଦକୁ ୨ଟି ଜାତୀୟ ଦଳ ସମର୍ଥନ କରିବା ମଧ୍ୟ ଦୁର୍ଭାଗ୍ୟଜନକ,ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ସହଯୋଗ ନକରି ସମସ୍ତଙ୍କୁ ଅସୁବିଧାରେ ପକାଉଛନ୍ତି ।
ନବନିର୍ମାଣ କୃଷକ ସଂଗଠନର ୧୨ଘଂଟିଆ ଓଡିଶା ବନ୍ଦ: ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀ ଗିରଫ
NNKS odisha band effect

No Comment