ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେଡିରୁ ଇସ୍ତଫା ଦେବାପରେ ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ତାଙ୍କୁ ଏକ ମିଶ୍ରଣପର୍ବରେ ଅଣଦେଖା କରାଯାଇଥିବାର ସେ ଏଥିରେ ଲେଖିଛନ୍ତି । ଏହା ସହିତ ସେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ବି ସେ ଅଭିଯୋଗ କରିଛନ୍ତି। ସୁକାନ୍ତ ଲେଖିଛନ୍ତି, ଜିଲ୍ଲା ବିଜେଡି ସଭାପତି ଦେଉଥିବା ମାନସିକ ନିର୍ଯାତନା ଦିନକୁ ଦିନ ଅସହ୍ୟ ହୋଇଯାଇଥିଲା। ଏହା ମୋତେ ଖୁବ୍ ବାଧିଛି। ତେଣୁ ମୁଁ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି।
ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
nilagiri mla resign from bjd

No Comment