ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର: ଆସିଗଲା ହ୍ୱାଟସଆପ୍ ବିଜନେସ୍

Whatsapp Business Launched in India

ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପାଇଁ ଭାରତରେ ହ୍ୱାଟସଆପ୍ ବିଜନେସ୍ ସ୍ମାର୍ଟଫୋନ୍ ଆପ୍ଲିକେସନ୍ ଲଞ୍ଚ୍ ହୋଇସାରିଛି । ଏହା ଗୁଗଲ୍ ପ୍ଲେ ଷ୍ଟୋରରେ ମାଗଣାରେ ଉପଲବ୍ଧ ହେଉଛି । ହ୍ୱାଟସଆପ୍ ବିଜନେସ୍ ଆପ୍ ପୂର୍ବରୁ ଇଣ୍ଡୋନେସିଆ, ଇଟାଲି, ମେକ୍ସିକୋ, ଆମେରିକା ଓ ଇଂଲଣ୍ଡରେ ପୂର୍ବରୁ ଲଞ୍ଚ୍ ହୋଇଥିଲା । ତେବେ ଏହା ଭାରତରେ ଉପଲବ୍ଧ ହେବା ପରେ ଲକ୍ଷେରୁ ୫ ଲକ୍ଷ ଡାଉନଲୋଡ ହୋଇସାରିଲାଣି । ଏହା ବ୍ୟବହାର କରି ଖୁବ ସହଜରେ ବ୍ୟବସାୟ ପ୍ରତିଷ୍ଠାନ ଓ ଉଦ୍ୟୋଗୀ ମାନେ ନିଜ ଗ୍ରାହକଙ୍କ ସହ ଯୋଗାଯୋଗରେ ରହିପାରିବେ ଏବଂ ସେମାନଙ୍କୁ ନିୟମିତ ଆବଶ୍ୟକ ସୂଚନା ଦେଇପାରିବେ ।

ମୋବାଇଲ କିମ୍ବା ଫୋନ ନମ୍ବର ବ୍ୟବହାର କରି ସାଧାରଣ ହ୍ୱାଟସଆପ୍ ଭଳି ହ୍ୱାଟସଆପ୍ ବିଜନେସକୁ ବ୍ୟବହାର କରାଯାଇପାରିବ । ଏଥିରେ ଫ୍ରି ଟେକ୍ସଟ ମେସେଜ୍, ଭଏସ୍ ମେସେଜ, ଭଏସ୍ କଲ୍, ଭିଡିଓ କଲ୍, ଗ୍ରୁପ୍ ମେସେଜ ଆଦି କରିହେବ । ଏସବୁ ବ୍ୟତୀତ ହ୍ୱାଟସଆପ୍ ବିଜନେସ୍ ଆପ୍ ର ଆଉ କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଲା,
ବିଜନେସ୍ ପ୍ରୋଫାଇଲ୍: ଏଥିରେ ଉଦ୍ୟୋଗୀ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ଗ୍ରାହକଙ୍କ ଜାଣିବା ପାଇଁ ନିଜର ଏକ ପ୍ରୋଫାଇଲ ତିଆରି କରିପାରିବେ । ସେଥିରେ ସେମାନଙ୍କ ୱେବସାଇଟ୍, ଯୋଗାଯୋଗ ଠିକଣା ଓ ଫୋନ ନମ୍ବର ଆଦି ଦେଇପାରିବେ ।
ବିଜନେସ୍ ମେସେଜିଂ ଟୁଲ୍: ଏଥିରେ ଆପଣଙ୍କ ସମସ୍ତ ଗ୍ରାହକ ଅବଗତି ପାଇଁ ଆପଣ କିଛି ସୂଚନା ପଠାଇ ପାରିବେ । ଏଥିରେ ଥିବା ଆୱେ ମେସେଜ ବ୍ୟବହାର କରି ଆପଣ ଜଣାଇ ପାରିବେ ଯେ ଆପଣ ଏବେ ସେହି ଆପ୍ ରେ ସୂଚନା ଦେବାକୁ ଉପଲବ୍ଧ ନାହାନ୍ତି ।

ଲ୍ୟାଣ୍ଡ୍ ଲାଇନ ସପୋର୍ଟ: ହ୍ୱାଟସଆପ୍ ବିଜନେସ୍ କେବଳ ମୋବାଇଲ ନମ୍ବର ନୁହେଁ, ଆପଣ ଚାହିଁଲେ ଲ୍ୟାଣ୍ଡ୍ ଲାଇନ୍ ନମ୍ବର ବ୍ୟବହାର କରି ମଧ୍ୟ ରେଜିଷ୍ଟର୍ କରିପାରିବେ । ଏଥିରେ ଆପଣଙ୍କୁ ଭଏସ୍ କଲ୍ ମାଧ୍ୟମରେ ଓଟିପି ଶୁଣିବାକୁ ମିଳିବ ।
ଗୋଟିଏ ଫୋନରେ ଉଭୟ ଆପ୍: ଗୋଟିଏ ସ୍ମାର୍ଟ ଫୋନରେ ସାଧାରଣ ହ୍ୱାଟସଆପ୍ ମେସେଞ୍ଜର୍ ଆପ୍ ସହିତ ଏହି ହ୍ୱାଟସଆପ୍ ବିଜନେଓ ଆପ୍ କୁ ରଖିହେବ । କିନ୍ତୁ ହ୍ୱାଟସଆପ୍ ବିଜନେସ୍ ଆପ୍ ରେ ରେଜିଷ୍ଟର୍ କରିବା ପାଇଁ ଆପଣଙ୍କୁ ଏକ ନୂଆ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଗୋଟିଏ ନମ୍ବରରେ ଉଭୟ ଆପ୍ ରଖିବା ସମ୍ଭବ ହେବନାହିଁ ।
ହ୍ୱାଟସଆପ୍ ୱେବ୍: ହ୍ୱାଟସଆପ୍ ମେସେଞ୍ଜର୍ ଭଳି ହ୍ୱାଟସଆପ୍ ବିଜନେସ୍ ମଧ୍ୟ କମ୍ପ୍ୟୁଟର୍ ରେ ଖୋଲିହେବ ଓ ଗ୍ରାହକଙ୍କୁ ମେସେଜ କରିହେବ । ଏଥିପାଇଁ ଆପଣଙ୍କୁ ହ୍ୱାଟସଆପ୍ ୱେବ୍ କୁ ଯିବା ପାଇଁ ପଡ଼ିବ ।

Previous ବିଶ୍ୱ ଚାମ୍ପିୟନ ପଙ୍କଜ ଆଡ଼ଭାନୀଙ୍କୁ ପରାସ୍ତ କଲେ ଓଡ଼ିଆ ପୁଅ ଆଶୁତୋଷ
Next ସାବଧାନ! ଆପଣବି ହୋଇପାରନ୍ତି ସାଇବର ଅପରାଧୀଙ୍କ ଶିକାର

No Comment

Leave a reply

Your email address will not be published. Required fields are marked *