ରାଜ୍ୟରେ ବଢୁଛି ତାତି

western odisha reels under intense heat

ଦୁଇଦିନ ତାପମାତ୍ରା କମିବା ପରେ ଆଜି ପୁଣି ପାରଦ ବଢ଼ିଛି । ଗତ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାପମାତ୍ରା ବଢି ଗରମ ଅନୁଭୂତ ହେଉଥିବା ବେଳେ ଏବେ ପଶ୍ଚିମ ଓଡ଼ିଶା ସମେତ ମଧ୍ୟ ଓଡ଼ିଶାରେ ତାପମାତ୍ରା ବଢିଛି । ଅନ୍ୟପକ୍ଷରେ ଉପକୂଳରେ ଖରା ସାମାନ୍ୟ କମିବା ସହ ତାତିରୁ ଅଶ୍ଵସ୍ତି ମିଳିଛି । ଗତକାଲି ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ଆଜିବି ଟାଣ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ଥଇଲା। ସେହିପରି ମାଲକାନଗିରି ୪୧.୬ ଡିଗ୍ରୀ, ସମ୍ବଲପୁର ଓ ସୋନପୁର ୪୦.୨ ଡିଗ୍ରୀ, ଭବାନୀପାଟଣା ୪୦ ଡିଗ୍ରୀ, ଭୁବନେଶ୍ୱର ୩୬.୪ ଡିଗ୍ରୀ ଓ କଟକରେ ୩୭ ଡିଗ୍ରୀ ଥିଲା।

Previous ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା
Next ଦଶପଲ୍ଲା ବନ ବିଭାଗ କାର୍ଯ୍ୟାଳୟରୁ ବନ୍ଧୁକ ଲୁଟି ନେଲେ ନକ୍ସଲ!

No Comment

Leave a reply

Your email address will not be published. Required fields are marked *