ବ୍ୟାଙ୍କ ମିଶ୍ରଣକୁ ବିରୋଧ, ୨୬ରେ ଦୁଇଦିନିଆ ଧର୍ମଘଟ

union threatens 2-day strike from Sep 26 against bank mergers

ଗତମାସ ୩୦ ତାରିଖରେ ସରକାରଙ୍କ ଦ୍ୱାରା ବ୍ୟାଙ୍କଗୁଡ଼ିକର ମିଶ୍ରଣ ପାଇଁ ନିଆଯାଇଥିବା ନିଷ୍ପତିକୁ ୪ଟି କର୍ମଚାରୀ ସଂଗଠନ କଡ଼ା ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ସଂଗଠନ ପକ୍ଷରୁ ଦେଶବ୍ୟାପୀ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଆସନ୍ତା ୨୬ ଏବଂ ୨୭ ତାରିଖରେ ଧର୍ମଘଟରେ ସାମିଲ ହେବାକୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ଫଳରେ ମାସ ଶେଷକୁ ୪ ଦିନ ଲଗାତାର ବନ୍ଦ ରହିବ ବ୍ୟାଙ୍କ । ଏହି ସଂଗଠନ ଗୁଡିକ ହେଉଛି ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସରସ କନଫେଡେରେସନ,ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସରସ ଆସୁସିଏସନ,ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସରସ କଂଗ୍ରେସ ଓ ନ୍ୟାସନାଲ ଅର୍ଗାନାଇଜେସନ ଅଫ ବ୍ୟାଙ୍କ ଅଫିସର। ୨୬ ଏବଂ ୨୭ ତାରିଖ ଯଥାକ୍ରମେ ଗୁରୁବାର ଓ ଶୁକ୍ରବାର ପଡୁଥିବାବେଳେ ଏହା ପରଦିନ ମାସ ଶେଷ ଶନିବାର ଓ ରବିବାର ରହିଛି ତେଣୁ ୪ଦିନ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ଯଦି ସେମାନଙ୍କ ଦାବି ପୁରଣ ନହୁଏ ନଭେମ୍ବର ୨ୟ ସପ୍ତାହରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରାଯିବ ବୋଲି ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି। ଏଠାରେ ସୂଚନା ଥାଉକି , ବ୍ୟାଙ୍କିଙ୍ଗ ସେକ୍ଟରକୁ ଅଧିକ ମଜଭୁତ କରିବା ଲାଗି ଅଗଷ୍ଟ ୩୦ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କ କରାଯିବା ନେଇ ଘୋଷଣା କରିଥିଲେ। ଏହାଦ୍ୱାର ଅନେକ କର୍ମଚାରିଙ୍କ ଛଟେଇ ସହ ନୂତନ ନିଯୁକ୍ତି କ୍ଷେତ୍ରରେ ପ୍ରଭାବ ପଡିବ ବୋଲି ଆଶଙ୍କା ଉପୁଜିଛି ।

Previous ଭାରତର ଆର୍ଥିକ ଅଭିବୃଦ୍ଧି ଆଶାଠାରୁ ଅତ୍ୟନ୍ତ ଦୁର୍ବଳ :ଆଇଏମଏଫ
Next ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ,ଡଙ୍ଗାବୁଡ଼ି ୧୩ ମୃତ

No Comment

Leave a reply

Your email address will not be published. Required fields are marked *