କାଲି ଓଡ଼ିଶା ଆସୁଛନ୍ତି ନୀତୀନ ଗଡ଼କରୀ

Union Minister Nitin Gadkari To Arrive In Odisha Tomorrow

ନିର୍ବାଚନ ଯେତିକି ପଖାଉଛି ଓଡ଼ିଶାକୁ ସେତେ ଅଧିକା କେନ୍ଦ୍ରୀୟ ନେତାଙ୍କ ସମାଗମ ହେଉଛି କହିଲେ ହେବ ନାହିଁ । ଗୋଟିଏ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସି ସରିଥିବା କାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ଭୁବନେଶ୍ୱରରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ କେନ୍ଦ୍ରୀୟ ସଂକଳ୍ପପତ୍ର ନେଇ ମତାମତ ସଂଗ୍ରହ କରିବ ବିଜେପି। ଏହି ସମ୍ମିଳନୀରେ ଯୋଗଦେବେ ନୀତିନ ଗଡ଼କରୀ। ଏହାସହ ୩ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମିପୂଜନ କରିବେ ଗଡ଼କରୀ, ଏହି ଜାତୀୟ ରାଜପଥ ପ୍ରକଳ୍ପରେ ଖର୍ଚ୍ଚ ହେବ ୨,୩୪୫ କୋଟି ଟଙ୍କା। ପାରାଦୀପ ବନ୍ଦରରେ ୪୩୧ କୋଟି ଟଙ୍କାର ଏକ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିବେ ।ମତାମତ ସଂଗ୍ରହ ପାଇଁ ୧୨ଟି ରଥର ଉନ୍ମୋଚନ କରିବେ, ଓଡ଼ିଶାରେ ୪୦ଟି ଓ ଦେଶରେ ୭୫୦୦ ମତାମତ ବାକ୍ସ ବସିବ। ଏହାସହ କାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଥିବାର ସୂଚନା ମିଳିଛି । ସେହିଭଳି ଆସନ୍ତା ୧୫ରେ ସମ୍ବଲପୁର ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହି ଗସ୍ତରେ ସେ ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ୪ଟି ଲୋକସଭା କ୍ଷେତ୍ରର ସଙ୍ଗଠକଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି । ୬୦ ହଜାର ବୁଥ୍‌ସ୍ତରୀୟ କର୍ମକର୍ତ୍ତା ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସୂଚନା ।

Previous ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା: ୨୨ରେ ଦୁଇଦିନ ପାଇଁ ପୁରୀ ଆସିବେ ନୂଆ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର
Next ଆଶା ଆଶଙ୍କାରେ ରାହୁଲଙ୍କ ଓଡ଼ିଶା ଗସ୍ତ

No Comment

Leave a reply

Your email address will not be published. Required fields are marked *