ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

two terrorists killed in encounter

ଆଜି ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜିଲ୍ଲାର ବିଜ୍‌ବେହାରା ଅନ୍ତର୍ଗତ ବାଗେନ୍ଦର ମୋହଲ୍ଲା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଖବର ମିଳିଥିଲା। ଏହାପରେ ଗତକାଲି ରାତିରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଆଜି ଭୋର ସମୟରେ ଯବାନଙ୍କ ସହିତ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏନକାଉଣ୍ଟର ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଛି।

Previous ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ
Next ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

No Comment

Leave a reply

Your email address will not be published. Required fields are marked *