ପୁଲୱାମା ଆତଙ୍କବାଦୀ ଆକ୍ରମଣ: ପ୍ରଥମ ପ୍ରତିଶୋଧ ନେଲା ସେନା, ଏନ୍‌କାଉଣ୍ଟରରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ

two dead in encounter in jammu-kashmir

ପୁଲ୍‌ୱାମା ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ସେନା। ଏହି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଯବାନ । ଆତଙ୍କବାଦୀ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦିଆଯାଇଥିବାର ସୂଚନା ରହିଛି । ମୃତ ୨ ଆତଙ୍କବାଦୀ ପୁଲ୍‌ଓ୍ୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗାଜି ରସିଦ୍‌ ନିହତ ଓ କାମରାନ ମଧ୍ୟ ନିହତ ହୋଇଛି। ଗତକାଲି ରାତିରେ ପୁଲ୍‌ଓ୍ୱାମାରେ ହୋଇଥିବା ଏନ୍‌କାଉଣ୍ଟରରେ ଉଭୟ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଥିବା ଜଣାପଡ଼ିଛି। ଏଥିରେ ୪ ଜଣ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଛନ୍ତି । ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମୌଲାନା ମସୁଦ୍ ଅଜହର୍‌ର ସଂପର୍କୀୟ ହେଉଛି ଗାଜି ରସିଦ। ଯେକି ପୁଲ୍‌ଓ୍ୱାମାରେ ୧୪ ତାରିଖରେ ହୋଇଥିବା ଆତ୍ମଘାତୀ ଆକ୍ରମଣକାରୀ ଅଦିଲ୍‌ ଅହମ୍ମଦ ଦର୍‌କୁ ଟ୍ରେନିଂ ଦେଇଥିବା ସୂଚନା ରହିଛି । ପିଙ୍ଗ୍‌ଲିନା ଅଞ୍ଚଳରେ ଦୁଇ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଗତକାଲି ରାତିରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀ ଆକ୍ରମଣ ଘଟଣାସ୍ଥଳଠାରୁ ୬ରୁ ୮ କିଲୋମିଟର ଦୂରରେ ଏହି ଗୁଳିବିନିମୟ ହୋଇଥିଲା । ମାତ୍ର ୫ଦିନ ଭିତରେ କଶ୍ମୀରରେ ୪୬ ଜଣ ଯବାନ ସହିଦ୍ ହୋଇଛନ୍ତି । ୧୪ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିବା ବେଳେ ଠିକ୍ ଏହାର ଦୁଇ ଦିନ ପରେ ଅର୍ଥାତ ୧୬ତାରିଖରେ ଆଇଡି ବିସ୍ଫୋରଣରେ ଜଣେ ମେଜର ସହିଦ୍ ହୋଇଥିଲେ ।

Previous ସୁନ୍ଦର ତ୍ୱଚା ପାଇଁ ପାନ ପତ୍ର
Next ପୁଲ୍‌ଓ୍ୱାମା ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ

No Comment

Leave a reply

Your email address will not be published. Required fields are marked *