ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ନୂଆ ପ୍ରୟାସ । ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି। ରାଜଧାନୀର କଳ୍ପନା ଛକରେ ପ୍ରାଥମିକ ଭାବେ ଏଭଳି ନିଆରା ଉଦ୍ୟମ କରିଛି କମିଶନରେଟ୍ ପୁଲିସ। ଯେଉଁ ବାଇକ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି, ସେମାନଙ୍କଠାରୁ ୫୦୦ ଟଙ୍କା ଫାଇନ ନେବା ସହ ଏହା ବଦଳରେ ହେଲମେଟ ଦେଇଛି ପୁଲିସ। ଏହାଦ୍ୱାରା ବାଇକ ଚାଳକ ସଚେତନ ହେବା ସହ ହେଲମେଟ ପିନ୍ଧିବେ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି। ଗତ ଦୁଇଦିନ ତଳେ ମୋଟା ଅଙ୍କର ଜରିମାନା ଆଦାୟକୁ ନେଇ ରାଜମହଲରେ ଛକରେ ପୁଲିସ -ପବ୍ଲିକ ଧସ୍ତାଧସ୍ତି ପରେ ଏବେ ଏହି ନୂଆ ତରିକା ଆପଣାଇଛି ଟ୍ରାଫିକ ପୁଲିସ । ସେହିପରି କଟକର ମଧୁପାଟଣା ଛକରେ ପୁଲିସ୍ ପକ୍ଷରୁ ସଚେତନତା କରାଯାଇଛି। ଟ୍ରାଫିକ୍ ଏସିପି ଓ ଆଇଆଇସି ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି। ଗାଡ଼ି ଚାଳକଙ୍କୁ ଚକଲେଟ ଓ ଲିଫଲେଟ ବଣ୍ଟନ କରିଛନ୍ତି ପୁଲିସ ଅଧିକାରୀ। ନୂଆ ମୋଟର ଭେଇକିଲ ନିୟମରେ ଫାଇନର ପରିମାଣକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ପୁଲିସ ଏହି ଆଇନକୁ ନେଇ ଲୋକଙ୍କୁ ସଚେତନ କରିଛି। ଏହାସହ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ ଟ୍ରାଫିକ ନିୟମକୁ କୋହଳ କରିବା ସହ ସେହି ଅବଧି ଭିତରେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କମିଶନରେଟ୍ ପୁଲିସର ନୂଆ ପ୍ରୟାସ : ବିନା ହେଲମେଟ୍ ଗାଡ଼ି ଚାଳକଙ୍କଠୁ ଫାଇନ କାଟି ଦିଆଯାଉଛି ହେଲମେଟ୍
traffic rule awareness in bhubaneswar,helmet as fine

No Comment