ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

today third phase nomination will be start

ମୁଖ୍ୟ ନିର୍ବାଚନ କମିଶନ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ହେବ । ଏହି ପର୍ଯ୍ୟାୟରେ ୬ ଟି ଲୋକସଭା ଓ ୪୨ଟି ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସମ୍ବଲପୁର , ଢ଼େଙ୍କାନାଳ,କଟକ, ପୁରୀ,ଭୁବନେଶ୍ୱର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନସ୍ଥ ବିଧାନସଭା ଆସନ ପାଇଁ ଆଜିଠାରୁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହେବ ।ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଚାଲିବ । ଏପ୍ରିଲ ୫ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ଏପ୍ରିଲ ୮ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଭୋଟ୍ ଗ୍ରହଣ ହେବ ।

Previous ବିଜେପିକୁ ଫେରିଲେ ବିଜୟ
Next ମାର୍ବଲ ଦୋକାନ ସିକ୍ୟୁରିଟି ଗାର୍ଡକୁ ହତ୍ୟା

No Comment

Leave a reply

Your email address will not be published. Required fields are marked *