ଆଜି ସରିବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

today 10th exam will end

ଆଜି ସରୁଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଅନିକେ ବାଦ ବିବାଦରେ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଶେଷଦିନରେ ସୁରୁଖୁରୁରେ ଶେଷ ହେବବୋଲି ଆଶା କରଯାଇଛି । ପ୍ରଥମଦିନରୁ ଗଣିତ ପରୀକ୍ଷା ପର୍ଯ୍ୟନ୍ତ ପ୍ରଶ୍ନପତ୍ର ଭାଇରଲ ହୋଇଥିବା ବେଳେ ବିଜ୍ଞାନ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିଲା। ତେବେ ବିଜ୍ଞାନ ଓ ସଂସ୍କୃତକୁ ଛାଡ଼ି ଦେଲେ ବାକି ପରୀକ୍ଷାରେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ପଡ଼ିଆର ଏସ୍ଏସ୍‌ଡି ହାଇସ୍କୁଲରେ ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ୧୦୮ଟି ଓଏମ୍‌ଆର୍‌ ଶିଟ୍ ଗାଏବ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଓଏମ୍ଆର ଶିଟ୍ ଉଦ୍ଧାର କରାଯାଇନାହିଁ। ଏହି ଘଟଣାରେ ୨ ଜଣ ଶିକ୍ଷକଙ୍କ ସହ ଜଣେ ପିଅନ ଗିରଫ ମଧ୍ୟ ହୋଇଛନ୍ତି। ସେହିପରି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଅନିୟମିତତାରେ ସାମିଲ କିଛି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଆଜି ଯୁକ୍ତ ୨ କଳା ବିଭାଗ ପିଲାଙ୍କ ପରୀକ୍ଷା ଆରମ୍ଭ ହୋଇଛି ।

Previous କଟକ ବଡ଼ ମେଡ଼ିକାଲ୍‌ରେ ଅଗ୍ନିକାଣ୍ଡ,ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି
Next ଦିନିକିଆ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ

No Comment

Leave a reply

Your email address will not be published. Required fields are marked *