ଆହୁରି ତିନିଦିନ ବର୍ଷା !

thunder & rain alert in odisha

Three more days of rain!
Three more days of rain!

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ସକାଳୁ ବର୍ଷା ଲାଗିରହିଥିବା ବେଳେ ଆଜିଠୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର ୪ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କଟକ, ଢେଙ୍କାନାଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦେବଗଡ଼, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଧା, ଗଞ୍ଜାମରେ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ତୁହାକୁ ତୁହା ବର୍ଷା ହୋଇପ‌ାରେ। ସେହିପରି ୧୨ ଓ ୧୩ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ପୁରୀ ଜିଲ୍ଲାରେ ବର୍ଷା ହେବ। ୧୩ ଓ ୧୪ରେ ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହା ସହ ରାଜ୍ୟର କେତେକ ଜିଲ୍ଲାରେ ଝଡ଼ ତୋଫାନ ସହ ବଜ୍ରପାତ ହେବ ବୋଲି ସୂଚନା ମିଳିଛି।

Previous ଛୁଟିରେ ଖୋଲା ରହିବ ଆରଟିଓ କାର୍ଯ୍ୟାଳୟ!
Next ମୋଦୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ଆଇଏଏସ୍ ପି.କେ ମିଶ୍ର

No Comment

Leave a reply

Your email address will not be published. Required fields are marked *