୩ ପାସେଞ୍ଜର ଟ୍ରେନ୍‌ ବଦଳରେ ଶେଷ ସପ୍ତାହଠାରୁ ଚାଲିବ ମେମୁ ଟ୍ରେନ୍‌

three memu trains to run in odisha from this week

ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ବଦଳରେ ଶେଷ ସପ୍ତାହଠାରୁ ମେମୁ ଟ୍ରେନ୍‌ ଚଳାଚଳ କରିବାକୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସ୍ଥିର ହୋଇଛି। ଏହି ନୂତନ ମେମୁ ଟ୍ରେନ୍‌ ପ୍ରଚଳନ ହେବା ପରେ ଏବେ ଚାଲୁଥିବା ଲୋକାଲ ଟ୍ରେନ୍‌କୁ ଅପସାରଣ କରାଯିବ। ନୂତନ ନମ୍ବର ହୋଇ ଟ୍ରେନ୍‌ ଚଳାଚଳ କରିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମେମୁ ଟ୍ରେନ୍‌(୬୮୪୦୮/୬୮୪୦୭) ଏପ୍ରିଲ ୨୦ରୁ ଭୁବନେଶ୍ୱରଠାରୁ ଓ ଭଦ୍ରକଠାରୁ ଚଳିତ ମାସ ୨୧ରୁ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ (୬୮୪୧୧/୬୮୪୧୨) ଉଭୟ ଦିଗରୁ ଚଳିତ ମାସ ୨୧ ତାରିଖରୁ ଏବଂ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ମେମୁ(୬୮୪୧୯/୬୮୪୨୦) ଭୁବନେଶ୍ୱରଠାରୁ ଏପ୍ରିଲ ୨୧ରୁ ଓ ପଲାସାଠାରୁ ଚଳିତ ମାସ ୨୨ ତାରିଖରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ୍‌ ବଦଳରେ ଚାଲିବ। ଟ୍ରେନ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଦିନମାନଙ୍କରେ ଦୈନିକ ଯାତ୍ରୀମାନଙ୍କର ସୁବିଧା ପାଇଁ ପୂର୍ବ ପ୍ରଚଳିତ ଲୋକାଲ ଟ୍ରେନ୍‌ ଚଳାଚଳ କରିବ। ଏହି ମେମୁ ଟ୍ରେନ୍‌ଗୁଡ଼ିକ ପୂର୍ବରୁ ଚଳାଚଳ କରୁଥିବା ଲୋକାଲ ପାସେଞ୍ଜର ଟ୍ରେନ୍‌ ସମୟ ସାରଣୀ ଅନୁଯାୟୀ ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Previous ହାତୀ ଆକ୍ରମଣରେ ୨ଟି ଗାଁର ପାଞ୍ଚ ଜଣ ମୃତ
Next ଦାୟିତ୍ୱରେ ଅବହେଳା କରି ୬ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ !

No Comment

Leave a reply

Your email address will not be published. Required fields are marked *