ପୁରୀ-ସମ୍ବଲପୁରରେ ଟ୍ରିପଲ ଏନ୍‌କାଉଣ୍ଟର

three encounters in puri and sambalpur

ପୁଣି ଆକ୍ସନ ମୋଡରେ ପୋଲିସ୍ । ପୁରୀ ଓ ସମ୍ବଲପୁରରେ ଜିଲ୍ଲାରେ ତିନୋଟି ଏନ୍‌କାଉଣ୍ଟର ହୋଇଛି। ଗତ ରାତିରେ ପୁରୀର ଦୁଇଟି ପୃଥକ ପୃଥକ ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରଧୀ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍। ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ତାଳବଣିଆ ଥାନା ଅଞ୍ଚଳରେ ଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ କୁମ୍ଭାରପଡ଼ା ପୁଲିସ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ପୁଲିସ ବିଶୁକୁ ଏନ୍‌କାଉଣ୍ଟର କରିଥିଲା। ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ, ଗୁଳି ସହ ଏକ ବାଇକ ଜବତ କରିଛି। ବିଶୁ ଦୀର୍ଘ ଦିନ ଧରି କୋରେକ୍ସ ଓ ବ୍ରାଉନ ସୁଗର ମାଫିଆ ଥିଲା। ସେହିପରି ବାଲି ମାଫିଆ ଟିକି ଖାଁକୁ ବାଶେଳି ଥାନା ପୁଲିସ୍ ଏନ୍‌କାଉଣ୍ଟର କରିଛି। ଗତକିଛି ଦିନ ହେଲା ସିପସରୁ ବାଲି ଅଞ୍ଚଳରୁ ଟିକି ଖାଁ ବାରମ୍ୱାର ବାଲି ଉଠାଉଥିବା ଖବର ପାଇ ପୁଲିସ୍‌ ତାକୁ ଜଗି ରହିଥିଲା।ତେବେ ଗତ ରାତିରେ ବାଲି ଚୋରା ଚାଲାଣ କରାଯାଉଥିବା ସମୟରେ ପୁଲିସ୍‌ ଚଢଉ କରିଥିଲା। ହେଲେ ଟିକି ଖାଁ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବରେ ପୁଲିସ୍‌ର ଗୁଳି ମାଡ଼ରେ ଟିକି ଖାଁ ଆହତ ହୋଇଛି। ତାକୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଟିକି ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ସେହିଭଳି ଆଜି ସକାଳୁ ସମ୍ବଲପୁରରେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍ ଆହତ ହୋଇଛି । ତ୍ରିଦେବର ବାମ ଗୋଡରେ ଗୁଳି ବାଜିଛି । ତାକୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଧନୁପାଲି ପୁଲିସ ଏବଂ ସ୍ବତନ୍ତ୍ର ସ୍କ୍ବାର୍ଡର ମିଳିତ ଅଭିଯାନରେ କୁଲୁଥକାନି-ଧନକଉଡା ରାସ୍ତାରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ ଜଣେ ପୁଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି । ତ୍ରିଦେବ ନିକଟରୁ ଗୋଟିଏ ପିସ୍ତଲ,୨ ରାଉଣ୍ଡ ଗୁଳି, ଟଙ୍କା ଓ ସୁନା ଚେନ୍ ଜବତ ହୋଇଛି । ସୂଚନାଯୋଗ୍ୟ, ତ୍ରିଦେବ ନାମରେ ବିଭିନ୍ନ ଥାନାରେ ୮ରୁ ଅଧିକ ମାମଲା ରହିଛି। ଏହାସହ ତ୍ରିଦେବର ସହଯୋଗୀ ଦୀପକ ମଣ୍ଠଳ ଏବଂ ଜଣେ ନାବାଳକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।

Previous ଜାମ୍ମୁ-କାଶ୍ମୀର ସୋପୋରରୁ ୮ ଲସ୍କର ଆତଙ୍କବାଦୀ ଗିରଫ
Next କମିଶନରେଟ୍‌ ପୁଲିସର ନୂଆ ପ୍ରୟାସ : ବିନା ହେଲମେଟ୍‌ ଗାଡ଼ି ଚାଳକଙ୍କଠୁ ଫାଇନ କାଟି ଦିଆଯାଉଛି ହେଲମେଟ୍

No Comment

Leave a reply

Your email address will not be published. Required fields are marked *