ରାଫେଲ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଆଜି ବଡ ଝଟକା ଲାଗିଛି । ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପୁଣି ଥରେ ସୁପ୍ରିମକୋର୍ଟ ନିଜର ପୂର୍ବ ରାୟର ତର୍ଜମା କରି ଶୁଣାଣି କରିବେ ବୋଲି ରାଜି ହୋଇଛନ୍ତି। ଏଥିସହ ଜାତୀୟ ଇଂରାଜୀ ଖବରକାଗଜରେ ରାଫେଲ୍ ଡିଲ୍ ସଂକ୍ରାନ୍ତରେ ପ୍ରକାଶ ପାଇଥିବା ‘ଗୋପନୀୟ’ ଦସ୍ତାବିଜକୁ ବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆଇନଜୀବୀ ପ୍ରଶାନ୍ତ ଭୂଷଣ, ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଓ ବରିଷ୍ଠ ସାମ୍ବାଦିକ ଅରୁଣ ସୌରୀଙ୍କ ପକ୍ଷରୁ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ତେବେ ଏ ମାମଲାର ଶୁଣାଣି କେବେ ହେବ ତାହା ଶୀଘ୍ର ଘୋଷଣା ହେବ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ସରକାର ଏହି ଆବେଦନକୁ ବିରୋଧ କରି କୋର୍ଟରେ ନିଜର ପକ୍ଷ ରଖିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଗୋପନୀୟ ଦସ୍ତାବିଜର ଫଟୋକପି ନେଇ ଏପରି ଖବର ଛପାଯାଇଛି ବୋଲି ଦର୍ଶାଯାଇଥିଲା। ଏହା ଗୋପନୀୟତା ନିୟମର ଉଲ୍ଲଂଘନ କରୁଥିବାରୁ ଆବେଦନକାରୀଙ୍କ ଦ୍ବାରା ଦାୟର ହୋଇଥିବା ଆବେଦନକୁ ଗ୍ରହଣ ନକରିବା ପାଇଁ କେନ୍ଦ୍ର ନିଜ ପକ୍ଷ ରଖି କହିଥିଲା। କିନ୍ତୁ ଖଣ୍ଡପୀଠ ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି।
ରାଫେଲ ଦୁର୍ନୀତି ମାମଲା: ପୁଣି ହେବ ଶୁଣାଣି
supreme court decides to review its earlier verdict in rafale deal case

No Comment