ଗୋଟିଏ ରାତିରେ 3 ମହାଜାଗତିକ ଦୃଶ୍ୟ: ଆଜି ସୁପର୍ ବ୍ଲୁ ବ୍ଲଡ୍ ମୁନ୍

Super Blue Blood Moon

ଆଜି ରାତିରେ ଏକ ବିରଳ ମହାଜାଗତିକ ଘଟଣା ହେବାକୁ ଯାଉଛି। ଆଜି ଆକାଶରେ ଦେଖାଯିବ ସୁପର୍ ବ୍ଲୁ ବ୍ଲଡ୍ ମୁନ୍ । ଅର୍ଥାତ୍ ଗୋଟିଏ ରାତିରେ ସୁପର୍ ମୁନ୍, ବ୍ଲୁ ମୁନ୍ ଓ ବ୍ଲଡ୍ ମୁନ୍ ଦେଖାଯିବ । ସୁପର୍ ମୁନ୍ ଅର୍ଥ ଚନ୍ଦ୍ର ପୃଥିବୀର ନିକଟତର ହେଲେ ଏହା ସାମାନ୍ୟ ବଡ଼ ଅଧିକ ଉଜ୍ଜ୍ୱଳ ଦେଖାଯାଏ । ଆଜି ଜହ୍ନ 14 ପ୍ରତିଶତ ବଡ଼ ଓ 30 ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ । ଏଥିସହ ଆଜି ଜାନୁଆରୀ ମାସର ଦ୍ୱିତୀୟ ପୂର୍ଣ୍ଣିମା ହୋଇଥିବାରୁ ଏହାକୁ ବ୍ଲୁ ମୁନ୍ ମଧ୍ୟ କୁହାଯାଏ । ଏହି ବ୍ଲୁ ମୁନ୍ ସହିତ ଜହ୍ନର ରଙ୍ଗର କୌଣସି ସମ୍ପର୍କ ନାହିଁ, ଜହ୍ନ ନୀଳ ଦେଖାଯିବ ନାହିଁ । ବରଂ ଆଜି ରାତିରେ ଜହ୍ନ ଇଷତ୍ ନାଲି ବା ନାରଙ୍ଗୀ ରଙ୍ଗର ଦୃଶ୍ୟମାନ ହେବ । ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହେଉଥିବାରୁ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିବ । ତେଣୁ ଚନ୍ଦ୍ରର ରଙ୍ଗରେ କିଛି ସମୟ ପାଇଁ ପରିବର୍ତ୍ତନ ଆସିବ । ଏଭଳି 3ଟି ମହାଜାଗତିକ ଘଟଣାର ସମନ୍ୱୟ ଖୁବ୍ ବିରଳ ।

ସୂଚନା ଅନୁସାରେ, ଆଜି ରାତିରେ ଚନ୍ଦ୍ରଗ୍ରହଣ 77 ମିନିଟ ଧରି ଚାଲିବ । ଭାରତରେ ଏହା ସନ୍ଧ୍ୟା 5ଟା 58ରୁ ଆରମ୍ଭ ହୋଇ ଏହା 8ଟା 41 ପର୍ଯ୍ୟନ୍ତ ଚାଲିବ । ଚନ୍ଦ୍ର ଉଦୟ ହେବା ବେଳକୁ ଏହା ଉପରେ ଗ୍ରହଣର ପ୍ରଭାବ ପଡ଼ିସାରିଥିବ । ତେବେ ବିଭିନ୍ନ ସ୍ଥାନ ପାଇଁ ଚନ୍ଦ୍ର ଗ୍ରହଣ ସମୟରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

Previous ଓଡ଼ିଆ ପୁଅ ଅସିତଙ୍କୁ ପଦାର୍ପଣରେ ମିର୍ଚି ମ୍ୟୁଜିକ ଆୱାର୍ଡ
Next ବିଶ୍ୱର ଧନୀ ଦେଶ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ

No Comment

Leave a reply

Your email address will not be published. Required fields are marked *