ବିଜେଡିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା

sunita joins bjd today

ଆଜି ନବୀନ ନିବାସରେ ଆନୁଷ୍ଠାନିକ ଭାବେ ଦଳର ସଭାପତିଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀତାଙ୍କୁ ସ୍ୱାଗତ କରିଛନ୍ତି । ସୁନୀତା ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଥିବା ବେଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପରେ ଏହା ଝାରସୁଗୁଡା ଓ ସୁନ୍ଦରଗଡ କଂଗ୍ରେସ ପାଇଁ ବଡ ଝଟକା । ଆଗାମୀ ନିର୍ବାଚନ ପାଇଁ ସେ କଂଗ୍ରେସ ଟିକଟ ପାଇଁ ଆବେଦନ କରିଥିଲେ । ପୂର୍ବରୁ ପଂଚାୟତ ନିର୍ବାଚନ ସମୟରେ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଭାଇ କ୍ଷୀରସାଗର ବିଶ୍ୱାଳ ଓ ବିହାରୀ ବିଶ୍ୱାଳ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ବିଜେଡି ସୁନୀତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବ ବୋଲି ଯୋଜନା ରହିଥିବା ଚର୍ଚ୍ଚା ହେଉଥିବା ବେଳେ ସେ କହିଛନ୍ତି ନିର୍ବାଚନ ସମୟରେ ଏମିତି ଚର୍ଚ୍ଚା ହୁଏ, ନିଷ୍ପତ୍ତି ନେଲେ ଗଣମାଧ୍ୟମକୁ ଆଗ ଜଣାଇବି ।

Previous ପରଦାକୁ ଆସିଲା ‘ବଦ୍‌ଲା’
Next ଆଣ୍ଡାମାନ ଦ୍ଵୀପପୁଞ୍ଜରେ ଭୂମିକମ୍ପ: ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ

No Comment

Leave a reply

Your email address will not be published. Required fields are marked *