ଏପ୍ରିଲ ୧୮ରୁ ଖରା ଛୁଟି

summer vacation from april 18

ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଖରା ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ ତାରିଖରୁ ସମସ୍ତ ବିଦ୍ୟାଳୟରେ ଖରାଛୁଟି ଘୋଷଣା କରାଯାଇଛି। ସ୍ଵତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏ ନେଇ ଆଜି ସୂଚନା ଦେଇଛନ୍ତି। ଫଳରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। କେବେ ସ୍କୁଲ ଖୋଲିବ ସେ​‌ ନେଇ​‌ କୌଣସି ସୂଚନା ଦିଆଯାଇ ନାହିଁ। ମେ ପ୍ରଥମ ସପ୍ତାହରେ ଖରାଛୁଟି ହେବାର ଥିଲା ।

Previous ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଜୋରସୋର ନିର୍ବାଚନ ପ୍ରଚାର
Next ପ୍ଲେ ଷ୍ଟୋରରୁ ହଟିବ ଭିଡିଓ ଆପ୍‌ ଟିକ୍‌ଟକ୍‌

No Comment

Leave a reply

Your email address will not be published. Required fields are marked *