ଛତିଶଗଡ ବିଜାପୁର ସୀମାରେ ଏନକାଉଁଟର: ୪ ମାଓବାଦୀ ମୃତ

sukma 4 naxals killed encounter security forces

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଜାପୁରରେ ଏନକାଉଣ୍ଟର ସହ  ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହାସହ ଘଟଣାସ୍ଥଳରୁ ୩୦୩ ବନ୍ଧୁକ,ଗୋଟିଏ ଇନ୍‌ସାସ୍,ଦୁଇଟି ଥ୍ରିନଟ ଥ୍ର ରାଇଫଲ୍ ଜବତ କରାଯାଇଛି। ଏବେ ମଧ୍ୟ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ୨୦୧ କୋବ୍ରା ବାହିନୀ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀ ୪ ମାଓବାଦୀଙ୍କ ଶବକୁ ଜବତ କରିଛନ୍ତି । ଆଜି ସକାଳୁ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଅନ୍ୟପକ୍ଷରେ ଆଜି ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଦେବଗଡ଼ ଜିଲ୍ଲା ରିଆମାଳର କଂସର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ଏହାସହ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଉକ୍ତ ଜଙ୍ଗଲରେ ଥିବା ପଥରଗୁମ୍ପା ନିକଟରୁ ୪୩ଟି ଡେଟୋନେଟର, ୫ କେଜିରୁ ଅଧିକ ଜିଲୋଟିନ୍‌ ଷ୍ଟିକ, ୫୦ ମିଟର ବିଦ୍ୟୁତ ତାର, ବିସ୍ଫୋରକରେ ବ୍ୟବହୃତ ହେଉଥିବା ୟୁରିଆ ସାର, ବ୍ୟାଟେରୀ ଏବଂ ରେଡିଓ ଜବତ ହୋଇଛି।

Previous ଜେଟ ଏୟାରେଓ୍ଵଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରେଶ ଗୋଏଲ ଓ ପତ୍ନୀ ଅନୀତା
Next ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ

No Comment

Leave a reply

Your email address will not be published. Required fields are marked *