ବିଜେପି ଛାଡ଼ିଲେ ସୁବାସ ଚୌହ୍ୱାନ

subash chouhan resign from bjp

ବିଜେପି ଛାଡ଼ିଲେ ବରଗଡ଼ ବିଜେପିର ଟାଣୁଆ ନେତା ସୁବାସ ଚୌହ୍ୱାନ । ବିଜେପିର ରାଜ୍ୟ ଉପସଭାପତି ଥିବା ସୁବାସ ଚୌହ୍ୱାନ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଟିକେଟ ବଣ୍ଟନକୁ ନେଇ ସୁବାସ ଅସନ୍ତୁଷ୍ଟ ଥିଲେ। ଦଳ ଅଣଦେଖା କରିଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ । ରାଜ୍ୟ ବିଜେପି ସଭାପତିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଏଥର ଟିକେଟ୍ କାଟିଦେବା ପରେ ଏହାକୁ ନେଇ ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସେ ସୋଶାଲ୍ ମିଡିଆରେ ଲେଖିଥିଲେ। ଏଥିସହ ସେ ନିର୍ବାଚନ ଲଢିବେନି ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ।ବିଜେପିରୁ ଇସ୍ତଫା ଦେବା ପରେ ସୁବାସ ଚୌହ୍ୱାନ କହିଛନ୍ତି ଯେ “ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଗତଥର ସର୍ବାଧିକ ଭୋଟ ପାଇଥିଲି, ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା। ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ଖାଲି ପ୍ରଚାର କଲେ, ଉଜ୍ଜ୍ୱଳା ଗ୍ୟାସ ବାଣ୍ଟିଲେ ଭୋଟ ମିଳିବନି।”

Previous ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ
Next ବିଜେପିର ୪ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

No Comment

Leave a reply

Your email address will not be published. Required fields are marked *