ଶ୍ରୀଲଙ୍କା ଆତଙ୍କୀ ହମଲା:ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି, ମୋଟ ୨୪ ଜଣ ଗିରଫ

srilanka blast death rose up to 290

ଗତକାଲି ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଏବଂ ବିଳାସପୂର୍ଣ୍ଣ ହୋଟେଲରେ ହୋଇଥିବା ସିରିଜି ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ଆଜି ୨୯୦କୁ ବୃଦ୍ଧି ପାଇଛି। ସେହିପରି ପାଖାପାଖି ୬୦୦ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ମୋଟ ୨୪ ଜଣକୁ ପୁଲିସ ଗିରଫ କରିଛି। ମୃତକଙ୍କ ମଧ୍ୟରେ ୫ ଭାରତୀୟଙ୍କ ସମେତ ୩୫ ଜଣ ବିଦେଶୀ ନାଗରିକ ରହିଛନ୍ତି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆଜି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହା ପଛରେ ତୌହିଦ ଜମାତ ସଂଗଠନର ହାତ ଥିବା ନେଇ ସନ୍ଦେହ କରା ଯାଉଛି। ଏହା ଏକ ଇସ୍‌ଲାମିକ ସଂଗଠନ। ସୂଚନାଯୋଗ୍ୟ, ରବିବାର ଦିନ ଶ୍ରୀଲଙ୍କାର ଭିନ୍ନ ଭିନ୍ନ ୮ଟି ସ୍ଥାନରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ବିଶେଷ କରି ଚର୍ଚ୍ଚ ଏବଂ ବିଦେଶ ଅତିଥିମାନେ ରହୁଥିବା ହୋଟେଲଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏହାବ୍ୟତୀତ କଲୋମ୍ବୋର ମୁଖ୍ୟ ବିମାନବନ୍ଦରରୁ ଏକ ବୋମା ଜବତ ହୋଇଥିଲା। ରବିବାର ରାତିରେ ତାହାକୁ ନିଷ୍କ୍ରିୟ କରିଦିଆଯାଇଛି। ତେବେ ଘଟଣା ପରେ ଦେଶବ୍ୟାପୀ ଜାରି ହୋଇଥିବା କର୍ଫ୍ୟୁକୁ ସୋମବାର ସକାଳୁ ପ୍ରତ୍ୟାହାର କରାଯାଇଛି। ଆକ୍ରମଣ ସ୍ଥଳ ସେଣ୍ଟ ସେବାଷ୍ଟିଆନ ଚର୍ଚ୍ଚ ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିସ୍ଫୋରଣଗୁଡ଼ିକ ମଧ୍ୟରୁ ୨ଟି ବିସ୍ଫୋରଣ ଆତ୍ମଘାତୀ ଆକ୍ରମଣକାରୀଙ୍କ ଦ୍ବାରା କରାଯାଇଥିବା ସୂଚନା ମିଳିଛି। ୨ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟ ମାନ ବନ୍ଦ ରହିବ ।

Previous ‘ନାଗିନ୍‌-୩’ଫାଇନାଲ୍‌ରେ ଦେଖା ଦେବେ ମୌନି ରୟ !
Next ୬ ଲୋକସଭା ଓ ୪୨ ବିଧାନସଭାରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ

No Comment

Leave a reply

Your email address will not be published. Required fields are marked *