ଶ୍ରୀଲଙ୍କାରେ ମଧ୍ୟରାତ୍ରୀରୁ ଲାଗୁହେବ ଜରୁରୀ ସ୍ଥିତି !

Sri Lanka declares emergency from Monday midnight

ଗତକାଲି ଶ୍ରୀଲଙ୍କା କଲମ୍ବୋରେ ହୋଇଥିବା ସିରିଜ୍‌ ବିସ୍ଫୋରଣରେ ୨୯୦ ଜଣକ ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି । ଶ୍ରୀଲଙ୍କା ପୁଲିସ୍‌ ଏବେ ସୁଦ୍ଧା ରାଜଧାନୀର ମୁଖ୍ୟ ବସ୍‌ ଷ୍ଟାଣ୍ଡ୍‌ ନିକଟରୁ ୯୭ ଜଣ ବମ୍‌ ଡିଟେନେଟର୍‌ଙ୍କୁ ଧରିବାରେ ସମର୍ଥ ହୋଇଛି। ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି ଥିବା ସତ୍ୱେ ବି ପୁଣି ଆଜି ଏକ ବିସ୍ଫୋରଣ ସଭିଙ୍କୁ ଚକିତ କରିଛି। ଏହି ବିସ୍ଫୋରଣଟି କଲମ୍ବୋ ଚର୍ଚ ନିକଟରେ ଘଟିଛି। ଗତକାଲି ବିସ୍ଫୋରଣ ଘଟିବା ପରେ ଶ୍ରୀଲଙ୍କା ସରକାର ସଂପୃକ୍ତ ଅଞ୍ଚଳରେ ମୋବାଇଲ୍‌ ଓ ମେସଜିଂ ସେବାକୁ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ମଧ୍ୟ ଜାରି ହୋଇଥିଲା। ଆଜି ସକାଳ ୬ଟା ଶ୍ରୀଲଙ୍କା ସରକାର କର୍ଫ୍ୟୁ ଉଠାଇ ଦେଇଥିବା ସୂଚନା ରହିଛି। ଅନ୍ୟପକ୍ଷରେ ଦେଶର ବର୍ତ୍ତମାନ ସ୍ଥିତି ଦେଖି ରାଷ୍ଟ୍ରପତି ମୈତ୍ରୀପାଲା ଶିରସେନା ଆଜି ମଧ୍ୟରାତ୍ରୀରୁ ଜରୁରୀ ସ୍ଥିତି ଲାଗୁହେବ ବୋଲି ଘୋଷଣା କରିଛନ୍ତି ।

Previous ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣା :ଗିରଫ ହେଲେ ପ୍ରଦୀପ ମହାରଥୀ
Next ଶ୍ରୀ ଆମ୍ମା ଭଗବାନ

No Comment

Leave a reply

Your email address will not be published. Required fields are marked *