ସୋସିଆଲ ମିଡିଆ ଓ ଫ୍ରି ୱାଇଫାଇ ବ୍ୟବହାରରେ ସୁରକ୍ଷିତ ପଦକ୍ଷେପ

Some important tips for Internet users

ପିଲାଠୁଁ ବୁଢ଼ା ଯାଏଁ ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ନିଜ ଆତ୍ମୀୟମାନଙ୍କ ସହ ଚାଟିଂ, ଭିଡିଓ କଲିଂ କରିବାକୁ ପସନ୍ଦ କରୁଛନ୍ତି । ଫୁରସତ ସମୟରେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରି ନିଜର ଫ୍ରେଣ୍ଡଲିଷ୍ଟ ଓ ଫଲୋଅର ବଢ଼ାଇବା ପାଇଁ ସମସ୍ତେ ତତ୍ପର । ଅନେକ ସମୟରେ ନିଜର ସମସ୍ତ ତଥ୍ୟ ପବ୍ଲିକ କରି ହଇରାଣ ହରକତ ହେଉଥିବା ବେଳେ ସାଇବର ଅପରାଧୀଙ୍କ ଶିକାର ହେଉଛନ୍ତି । ତେବେ ଏଥିରୁ ବଞ୍ଚିବା ପାଇଁ ଆମର କିଛି ଟିପ୍ସ ଆପଣଙ୍କୁ ସାହାଯ୍ୟ କରିବ ।

– ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ସମୟରେ ନିଜର ଅତ୍ୟନ୍ତ ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ ।
– ନିଜର ମୋବାଇଲ ଫୋନ୍ ନମ୍ବର, ଇ-ମେଲ୍ ତଥା ବ୍ୟାଙ୍କ ବିଷୟରେ ତଥ୍ୟ ପବ୍ଲିକ୍ ପାଇଁ ପୋଷ୍ଟ କରନ୍ତୁ ନାହିଁ ।
– ଆକାଉଣ୍ଟରେ କଷ୍ଟ ପାସୱାର୍ଡ ରଖନ୍ତୁ, ଯେଉଁଥିରେ ଅକ୍ଷର, ନମ୍ବର ଓ ସ୍ୱତନ୍ତ୍ର କ୍ୟାରେକ୍ଟର ଥିବ । (ଯେମିତିକି :Al@2p#0y&)
– ପାସୱାର୍ଡ କାହାସହ ବିନିମୟ କରନ୍ତୁ ନାହିଁ ।
– ସୋସିଆଲ ମିଡିଆରେ ସାଙ୍ଗ ଚୟନ କରିବା ପୂର୍ବରୁ ସେହି ଆକାଉଣ୍ଟକୁ ଠିକ୍ ଭାବେ ଯାଞ୍ଚ କରନ୍ତୁ ।
– ଗୋଟିଏ ନାମରେ ଏକରୁ ଅଧିକ ଆକାଉଣ୍ଟ ଖୋଲନ୍ତୁ ନାହିଁ ।
– ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ସବୁ ତଥ୍ୟକୁ ବିଶ୍ୱାସ କରନ୍ତୁ ନାହିଁ । କୌଣସି ପୋଷ୍ଟରେ ଲାଇକ, କମେଣ୍ଟ ବା ସେୟାର କରିବା ପୂର୍ବରୁ ଭଲଭାବେ ପରଖନ୍ତୁ ।


– https://www.facebook.com ୱେବ୍ ପେଜରେ ଫେସବୁକ୍ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ ।
– ଫିଶିଙ୍ଗ୍ ବା ନକଲି ଫେସବୁକ୍ ୱେବସାଇଟରେ ଲଗ୍ ଇନ୍ କରନ୍ତୁ ନାହିଁ ।
– କୌଣସି ଅଜଣା ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ ।
– ଫ୍ରି ୱାଇ-ଫାଇ ଜୋନରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
– ଫ୍ରି ୱାଇ-ଫାଇ ଜୋନରେ ହ୍ୟାକରମାନେ ଆପଣଙ୍କର ୟୁଜର ଆଇଡି ତଥା ପାସୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟକୁ ସୁବିଧାରେ ହ୍ୟାକ କରିବାର ସମ୍ଭାବନା ରହିଛି ।
– ଫ୍ରି ୱାଇ-ଫାଇ ଜୋନରେ ନିଜର ବ୍ୟାଙ୍କ ସମ୍ବନ୍ଧୀୟ କାମ କରନ୍ତୁ ନାହିଁ ।
– ନକଲି ୱେବସାଇଟ୍ ପ୍ରତି ଧ୍ୟାନ ଦିଅନ୍ତୁ ।
– ୱେବସାଇଟ https:// ରେ ଆରମ୍ଭ ହୋଇଥିଲେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ ।
– ୱେବସାଇଟ http:// ରେ ଆରମ୍ଭ ହୋଇଥିଲେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ ।
– ସାଇବର କାଫେରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ବ୍ୟବହାର କରନ୍ତୁ ନାହିଁ ।

Previous ସ୍ୱାସ୍ଥ୍ୟ ହିତକର ଜୀବାଣୁ ପ୍ରୋବାଇଓଟିକ୍ସ
Next ପାଦ ଦୁର୍ଗନ୍ଧରୁ ମୁକ୍ତି ପାଇବାକୁ 10ଟି ସହଜ ଉପାୟ

No Comment

Leave a reply

Your email address will not be published. Required fields are marked *