‘ସୀମା ଭବାନୀ’ରେ 6 ଓଡ଼ିଆ ମହିଳାଙ୍କ ଚମତ୍କାର ବାଇକ୍ ଷ୍ଟଣ୍ଟ୍

Seema Bhawani's Motorbike Stunt

ଆଜି ସାରାଦେଶ ଦେଖିଲା 6 ଓଡ଼ିଆ ମହିଳାଙ୍କ ଦୁଃସାହସିକ କାରନାମା । ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ରାଜପଥରେ ପ୍ରଥମ ଥର ପାଇଁ ଡେୟାରଡେଭିଲ ସୋ ପ୍ରଦର୍ଶନ କରିଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ କାର୍ଯ୍ୟରତ ମହିଳା । ଏହି ‘ସୀମା ଭବାନୀ’ ଗ୍ରୁପରେ ଭାଗ ନେଇଥିବା ମୋଟ 113 ଜଣ ଡେୟାରଡେଭିଲଙ୍କ ମଧ୍ୟରେ ଓଡ଼ିଶାରୁ 6ଜଣ ମହିଳା ଅଛନ୍ତି । ସେମାନେ ହେଲେ ମିତା ହାଁସଦା, ବନିତା ଦାସ, ରଶ୍ମିତା ଦାସ, କ୍ରିଷ୍ଣା ଗର୍ତ୍ତିଆ, ଅନସୂୟା ସାମଲ ଏବଂ ସୁବନ୍ତୀ । ଡେୟାରଡେଭିଲ ସୋରେ ଅଦମ୍ୟ ସାହସର ସହ 26ଟି 350 ସିସି ବାଇକରେ ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରି ସେମାନେ ସଭିଙ୍କ ମନ ଜିଣି ପାରିଛନ୍ତି । ସେମାନଙ୍କ ବାଇକ ଚାଳନା କୌଶଳ ଓ ଶରୀରର ସନ୍ତୁଳନ ସେଠାରେ ଥିବା ଦର୍ଶକଙ୍କୁ ଚକିତ କରିଦେଇଥିଲା । ସେହିପରି ଗାର୍ଡ ସ୍ୟାଲୁଟ ଟିମ୍ ରେ ମଧ୍ୟ ଓଡିଶାର ୱାଇ ଧର୍ମେନ୍ଦ୍ର ଓ  ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

Previous ଆମ ଜାତୀୟ ପତାକାର ଜନ୍ମଜାତକ
Next ଆଇକ୍ୟୁ ଟେଷ୍ଟରେ ଆଇନଷ୍ଟାଇନଙ୍କୁ ମାତ୍ ଦେଲେ 10 ବର୍ଷୀୟ 'ମାହି'

No Comment

Leave a reply

Your email address will not be published. Required fields are marked *