‘ଫନି’ ପ୍ରଭାବିତ ଉଦ୍ୟୋଗୀ ମାନଙ୍କୁ ଖୁବ୍ଶୀଘ୍ର ମିଳିବ ଋଣ । ବିଭିନ୍ନ ଯୋଜନାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ଋଣ ଦିଆଯିବ ବୋଲି ଘୋଷଣା କରାଯାଇଛି।ଋଣ ପାଇଁ ଆମ ପାଖରେ ୬୦୦ ଆବେଦନ ପଡ଼ି ରହିଥିଲା। ସେଗୁଡ଼ିକୁ ୭ ଦିନ ମଧ୍ୟରେ ଲୋନ୍ ଦେବା ପାଇଁ ନିଷ୍ପତ୍ତି ନେଇଛୁ। ସେହିପରି ନୂଆ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀମାନଙ୍କୁ ମଧ୍ୟ ଅତିଶୀଘ୍ର ଋଣ ଯୋଗାଇ ଦିଆଯିବ ବୋଲି ଏସ୍ବିଆଇ ଡିଜିଏମ୍ ସତ୍ୟନାରାୟଣ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି କହିଛନ୍ତି, ନ୍ୟାସନାଲ୍ ଅର୍ବାନ୍ ଲାଇଭ୍ଲିହୁଡ୍ ମିଶନ୍, ମୁଦ୍ରା ଲୋନ୍, ପ୍ରାଇମିନିଷ୍ଟର ଏମ୍ପ୍ଲଇମେଣ୍ଟ ଗ୍ୟାରେଣ୍ଟି ପୋଗ୍ରାମ୍, ପ୍ରାଇମ୍ ମିନିଷ୍ଟରସ୍ ଏମ୍ପ୍ଲଇମେଣ୍ଟ ଜେନେରେସନ୍ ପ୍ରୋଗ୍ରାମ୍ ମାଧ୍ୟମରେ ଯେଉଁ ସବୁ ଲୋନ୍ ଦରଖାସ୍ତ ଆମ ପାଖରେ ଅଛି, ସେଗୁଡ଼ିକୁ ଶୀଘ୍ର ତ୍ୱରାନ୍ୱିତ କରୁଛୁ। ଏସ୍ବିଆଇ ଜେନେରାଲ୍ ଇନ୍ସ୍ୟୁରାନ୍ସ ମାଧ୍ୟମରେ ବୀମା ଭୁକ୍ତ ହୋଇଥିବା ବହୁ ୟୁନିଟ୍ ମଧ୍ୟ ଫୋନି ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ସେଗୁଡ଼ିକର ମରାମତି ଲାଗି ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଫନି’ ପ୍ରଭାବିତ ଉଦ୍ୟୋଗ ସଜାଡ଼ିବାକୁ ଋଣ ଦେବ ଏସ୍ବିଆଇ
sbi give loan to fani affected industries

No Comment