କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ମିଳିବ ଜିଲ୍ଲାପାଳଙ୍କ କ୍ଷମତା!

Sarpanches to get DM's power in fighting COVID 19.

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଲେ ଐତିହାସିକ ନିଷ୍ପତି । ତୃଣମୂଳସ୍ତରକୁ ଏହା କିପରି ନବ୍ୟାପିବ ସେଥି ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ପଦକ୍ଷେପ ନେବା ସହ ରାଜ୍ୟର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ ଭଳି କେତେକ କାର୍ଯ୍ୟ ପାଇଁ କ୍ଷମତା ପ୍ରଦାନ କରିଛନ୍ତି। ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବା ଆଗାମୀ ଦିନରେ ଆସିବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି। ତେବେ ଏନେଇ ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ ସୁବିଧା ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ ଅଟେ । ତେବେ କୋଭିଡ୍-୧୯ ବିପର୍ଯ୍ୟୟ ଆଇନ୍ ମୁତାବକ ଏହି କାର୍ଯ୍ୟକୁ ତୁଲାଇବା ପାଇଁ ପ୍ରତି ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯିବ। ଅସାଧାରଣ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଯେଉଁମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯିବ ତାହା ଶେଷ ହେବା ପରେ ତତକ୍ଷଣାତ ସେମାନଙ୍କୁ ୨ ହଜାର ଟଙ୍କା ସହାୟତା ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ ବୋଲି ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୋଭିଡ୍-୧୯ ମୁକାବିଲା ନିୟମାନୁସାରେ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ନବୀନ କହିଛନ୍ତି।
ଆମ ରାଜ୍ୟରେ ଅନ୍ୟ ରାଜ୍ୟର ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ରହିଛନ୍ତି ଏବଂ ସେମାନଙ୍କର ଯତ୍ନ ଆମେ ନେଉଛୁ, ଅନ୍ୟ ରାଜ୍ୟରେ ଓଡ଼ିଶାର ଲକ୍ଷ ଲକ୍ଷ ଭଭାଇ ଭଉଣୀ ରହି ଯାଇଛନ୍ତି ସେମାନଙ୍କ ଅବସ୍ଥା ମୋତେ ଦୁଃଖ ଦେଇଛି । କିନ୍ତୁ ସେମାନଙ୍କ ଯତ୍ନ ପାଇଁ ଆମେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରତିଦିନ ଆଲୋଚନା କରୁଛୁ । କଟକଣା ଉଠିବା ପରେ ଆମେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Previous ସର୍ବସାଧରଣ ସ୍ଥାନରେ ଛେପ ପକାଇଲେ ଜରିମାନା
Next କଟକ ଓ ଭୁବନେଶ୍ୱରରେ କୋହଳ ହେବନି ଲକ୍ ଡାଉନ୍

No Comment

Leave a reply

Your email address will not be published. Required fields are marked *