କୃଷି ଓଡ଼ିଶା-୨୦୨୦ ଅବସରରେ ଆଜି ପୂର୍ବାହ୍ନରେ ସଂକଳ୍ପ ଟିଭି ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ମିଡ଼ିଆ ଲାଉଞ୍ଜ୍ରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଜ୍ୟ କୃଷି ତଥା କୃଷକ ସଶକ୍ତୀକରଣ, ମତ୍ସ୍ୟ ଚାଷ , ପଶୁ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ କିଛି ସମୟ ପାଇଁ ସାମିଲ ହେବା ସହ ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ଛାତ୍ରଛାତ୍ରୀମାନେ ସକରାତ୍ମକ ସମ୍ବାଦ ପରିବେଷଣ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତସରକାରଙ୍କ ପୂର୍ବତନ ମୁଖ୍ୟ ସୂଚନା ମହାନିର୍ଦ୍ଦେଶକ ତଥା ମିଡ଼ିଆ ପରାମର୍ଶଦାତା ଡଃ.ଉମାକାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ସଙ୍କଳ୍ପର ପ୍ରତିଷ୍ଠାତା ଅଶୋକ ଦାସ,ଉଦ୍ୟାନ ଅଧିକାରୀ(ଗବେଷଣା) ଶଶାଙ୍କ ଶେଖର ସାହୁ ଏବଂ ଉପମତ୍ସ୍ୟ ଅଧିକାରୀ (ଗବେଷଣା) ଦିନବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ସଂକଳ୍ପର ବିଶେଷ କାର୍ଯ୍ୟକ୍ରମ
Sankalp TV had the privilege to associate the PG student of Utkal university pursuing Mass communication and journalism

No Comment