କୀଟନାଶକର ଖାମଖିଆଲି ପ୍ରୟୋଗ:ବର୍ଷକୁ ଦଶହଜାର ଚାଷୀଙ୍କ ପ୍ରାଣହାନି

safe use of pesticides

ସଠିକ କୀଟନାଶକ ଓ ତହିଁର ପ୍ରୟୋଗ ସମ୍ପର୍କରେ ସଚେତନତା ଅଭାବରୁ ବିଭିନ୍ନ ରୋଗର ଶିକାର ହୋଇ ପ୍ରତିବର୍ଷ ଦେଶରେ ପ୍ରାୟ ଦଶହଜାର ଚାଷୀଙ୍କର ଅକାଳ ମୃତ୍ୟୁ ଘଟୁଛି । କୀଟନାଶକ ପ୍ରୟୋଗର ଆବାଶ୍ୟକତା ଥିଲେହେଁ ଏହାର ପ୍ରୟୋଗ ସମୟରେ ସୁରକ୍ଷାମୂଳକ ପଦକ୍ଷେପ ନେଲେ ଏହି ଅବସ୍ଥା ଏଡ଼ାଯାଇପାରିବ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମତ ଦେଇଛନ୍ତି ।
ଜୀବନାଶକର ସୁରକ୍ଷିତ ବ୍ୟବହାର ,ସିଞ୍ଚନ ଯନ୍ତ୍ରର ସଠିକ୍ ବ୍ୟବହାର ଓ ପରିବେଶ ସଂରକ୍ଷଣ ସଂପର୍କରେ ରାଜ୍ୟର ଚାଷୀମାନଙ୍କୁ ସଚେତନ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ କଅଷି ଓ କୃଷକଙ୍କ ସଶକ୍ତିକରଣ ମନ୍ତ୍ରୀ ଡଃ ଅରୁଣ ସାହାୁ ଅଗଷ୍ଟ ୭ତାରିଖରେ ଉଦଘାଟିତ କରିଛନ୍ତି । ରାଜ୍ୟ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସଂପ୍ରସାରଣ ଅଧିକାରୀ/କର୍ମଚାରୀଙ୍କୁ ତାଲିମ୍ ସହ ଏହି ସଂପର୍କରେ ପୁସ୍ତିକା ପ୍ରଦାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ତାଲିମ ଦାତାମାନେ ରାଜ୍ୟର ୩ ଲକ୍ଷ୪୦ ହଜାର୫୦୦ ଜଣ ଚାଷୀଙ୍କୁ ତାଲିମ୍ ଦେବାର କାର୍ଯ୍ୟକ୍ରମ ରହିଛି । ଫସଲକୁ ବିଭିନ୍ନ ଅବସ୍ଥାରେ କୀଟ,ରୋଗ ଜୀବାଣୁ ,ବାଳୁଙ୍ଗା,ସୂତ୍ରଜୀବ,ଅଷ୍ଟପଦୀ, ଆଦି ଆକ୍ରମଣ କରି ବିଶେଷ କ୍ଷତି ଘଟାଇବା ଫଳରେ ଚାଷୀମାନେ ଆର୍ôଥକ କ୍ଷତିର ସମ୍ମୁଖୀନ ହୋଇଥାନ୍ତି । ଫସଲକୁ ସେମାନଙ୍କର ଉପଦ୍ରବରୁ ରକ୍ଷା କରିବା ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର ବିଷାକ୍ତ ରାସାୟନିକ ଜୀବନାଶକ ପ୍ରୟୋଗ କରିଥାନ୍ତି । କିନ୍ତୁ ଫସଲକୁ ସୁରକ୍ଷା ଦେବା ସମୟରେ ସେମାନେ ନିଜର ସୁରକ୍ଷା ବିଷୟରେ ଭୁଲିଯାଇଥାନ୍ତି । ଏହି ବିଷାକ୍ତ ଦ୍ରବ୍ୟ ସଂସ୍ପର୍ଶରେ ଆସି ବିଭିନ୍ନ ଦୁରାରୋଗ୍ୟର ଶୀକାର ହୋଇଥାନ୍ତି । ସେଣ୍ଟ୍ରାଲ ଇନସେକ୍ଟିସାଇଡ଼ ବୋର୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ପରାମର୍ଶ ଅନୁଯାୟୀ ସଠିକ୍ ଫସଲ, ସଠିକ୍ ସମୟ, ସଠିକ୍ ଜୀବନାଶକର ବ୍ୟବହାର ଓ ସଠିକ୍ ମାତ୍ରାରେ ଏହାର ପ୍ରୟୋଗ ସଂପର୍କରେ ଚାଷୀମାନେ ଅଧିକ ଜାଣିବାର ଆବଶ୍ୟକତା ରହିଛି ।
ମଣିଷର ଚର୍ମ,ଆଖି, କଡନୀ,ସ୍ନାୟୁତନ୍ତ୍ର ଆଦି ଜୀବନାଶକ ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ନିଜର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ଛଡ଼ା ଅନ୍ୟାନ୍ୟ ଆଚରଣ ଯଥା ଆବଶ୍ୟକତାରୁ ଅଧିକ/କମ୍ ଜୀବନାଶକର ବ୍ୟବହାର, ଦ୍ରବଣର ଭାଗମାପ ଠିକ୍ ନ ରହିବା, ଖାଲି ଡବା ଆଦିକୁ ନଦୀ/ଜଳାଶୟ ଆଦିରେ ପକାଇବା, ସିଞ୍ଚନ ଯନ୍ତ୍ରକୁ ଠିକ୍ ସମୟରେ ରକ୍ଷଣା ବେକ୍ଷଣ ନ କରିବା ଓ ସର୍ବସାଧାରଣ ବ୍ୟବହାର କରୁଥିବା ଜଳାଶୟ ଆଦିରେ ଧୋଇବା ଦ୍ୱାରା ଏହି ବିଷାକ୍ତ ଦ୍ରବ୍ୟ ଗୁଡ଼ିକ ପରିବେଶକୁ ପ୍ରଦୂଷିତ କରନ୍ତି । କୀଟ ଦେହରେ ବିଷ ପ୍ରତିରୋଧି ଶକ୍ତି ସୃଷ୍ଟି ହେବା ଦ୍ୱାରା ପରବର୍ତ୍ତୀ ସମୟରେ କୀଟମାନଙ୍କୁ ଦମନ କରିବା ଖୁବ୍ କଷ୍ଟକର ହୋଇଥାଏ ।
ସୂଚନା ଯୋଗ୍ୟଯେ ୧୯୩୯ ମସିହାରେ ପାଉଲ ମୁଲ୍ଲେରଙ୍କ ଦ୍ୱାରା ଡ଼ି.ଡ଼ି.ଟିର ଉଭାବନ ପରେ କୃଷିକ୍ଷେତ୍ରରେ କୀଟ ଦମନ ପାଇଁ ବିଷାକ୍ତ କୀଟନାଶକର ଆରମ୍ଭ ହୋଇଥିଲା । ତେବେ କାଳକ୍ରମେ ଏହାର କୁପରିଣାମ ପରିବେଶ ଓ ଜୀବଜଗତ ଉପରେ ପରିଲକ୍ଷିତ ହେଲା । ଏହାପରେ ୧୯୬୭ ମସିହାରେ ସମନ୍ନିତ ରୋଗ-ପୋକ ପରିଚାଳନା ବ୍ୟବସ୍ଥାର ଆରମ୍ଭ କରାଯାଇ ଏଥିରେ ରାସାୟନିକ ଜୀବନାଶକକୁ ଶେଷ ଅସ୍ତ୍ର ଭାବେ ପ୍ରୟୋଗ କରିବାକୁ ପରାମର୍ଶ ଦିଆଗଲା ।

Previous ନିଖୋଜ ହେଲେ ସିସିଡ଼ିର ମାଲିକ ବିଜି ସିଦ୍ଧାର୍ଥ ! ଚାଲିଛି ତଲାସୀ
Next ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୃଷି ଉତ୍ପାଦ ସମୂହର ବିକାଶ: ଖର୍ଚ୍ଚ ହେବ ୪୦୧.୬ କୋଟି

No Comment

Leave a reply

Your email address will not be published. Required fields are marked *