୮୨ ବର୍ଷ ବୟସରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ

sad demise of patkura MLA Bed Prakash Agarwalla

ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କର ଆଜି ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ। କିଛି ଦିନ ହେବ ତାଙ୍କ ଅବସ୍ଥା ବିଗିଡିଯିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।୨୦୧୯ ନିର୍ବାଚନ ଲାଗି ସେ ପାଟକୁରାରୁ ବିଜେଡି ଟିକେଟରୁ ନିର୍ବାଚନ ଲଢୁଥିଲେ। ଏହି ନିର୍ବାଚନ ମଣ୍ଡଳୀରୁ ଗତ ୨୦୦୪ ଓ ୨୦୦୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାରେ ପାଟକୁରାକୁ ପ୍ରତିନିଧିତ୍ୱ କରିଥିଲେ। ଜଣେ ପୁରୁଖା ନେତା ଭାବେ ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ବେଦପ୍ରକାଶ କେବଳ ପାଟକୁରା ନୁହେଁ କେନ୍ଦ୍ରାପଡାରୁ ୪ ଥର ନିର୍ବାଚନ ଜିତି ବିଧାନସଭାକୁ ଯାଇଛନ୍ତି। ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ମୃତ୍ୟୁରେ ପାଟକୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ମହଲରୁ ମଧ୍ୟ ଏହାକୁ ରାଜ୍ୟ ରାଜନୀତିର ଏକ ଦୁଃଖଦ ପୂର୍ଣ୍ଣ ଖବର ବୋଲି କୁହାଯାଇଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Previous ଦାୟିତ୍ୱରେ ଅବହେଳା କରି ୬ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ !
Next ହଓଡା-ଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ, ୨୦ରୁ ଅଧିକ ଯାତ୍ରୀ ଆହତ

No Comment

Leave a reply

Your email address will not be published. Required fields are marked *