ପରଦାକୁ ଆସିଲା ‘ସେକ୍ସନ ୩୭୫’ ଓ ‘ଡ୍ରିମ୍‍ ଗର୍ଲ’

released dream girl and section-375

ସବୁ ଶୁକ୍ରବାର ଭଳି ଆଜିବି ମନୋରଞ୍ଜନର ମାହୋଲ ସୃଷ୍ଟି ହୋଇଛି। ପରଦାକୁ ଆସିଛି ଦୁଇଦୁଇଟି ହିନ୍ଦୀ ସିନେମା । ଗୋଟିଏ ହେଉଛି ବଲିଉଡ଼ ଅଭିନେତା ଅକ୍ଷୟ ଖନ୍ନା ଓ ଋଚା ଚଢାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସେକ୍ସନ ୩୭୫’ ଓ ଅନ୍ୟଟି ହେଉଛି ଆୟୁଷ୍ମାନ ଖୁରାନା ଓ ନୁଶରତ ଭରୁଚାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡ୍ରିମ୍‍ ଗର୍ଲ’ । ଉଭୟ ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରୁଥିବାର ଜଣାପଡିଛି। ‘ସେକ୍ସନ ୩୭୫’ ଗୋଟିଏ ସାମାଜିକ କଥାବସ୍ତୁ ଉପରେ ଆଧାରିତ ହୋଇଥିବା ବେଳେ ‘ଡ୍ରିମ୍‍ ଗର୍ଲ’ ରୋମାନସ ଓ କମେଡିରେ ଭରପୁର। ଏଥିରେ ଆୟୁଷ୍ମାନ ଏପରି ଜଣେ ପୁଅ ଭୂମିକାରେ ଅଭିନୟ କରିଛନ୍ତି ଯିଏ ଝିଅଙ୍କ କଣ୍ଠରେ କଥା ହୋଇପାରେ। ଏହାବ୍ୟତୀତ ସେ ଚଳଚ୍ଚିତ୍ରରେ ଶାଢୀ ପିନ୍ଧି ରାମଲୀଳାରେ ସୀତାଙ୍କ ଚରିତ୍ରରେ ମଧ୍ୟ ନଜର ଆସିଛନ୍ତି। ‘ଡ୍ରିମ୍‍ ଗର୍ଲ’ର ନିର୍ଦ୍ଦେଶନା ରାଜ ଶାଣ୍ଡିଲ୍ୟ ଦେଇଛନ୍ତି। ସେହିଭଳି ଅଜୟ ବହଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସେକ୍ସନ ୩୭୫’ ସାମାଜିକ ଗଣମାଧ୍ୟମରେ ମଧ୍ୟ ଖୁବ୍‍ ପ୍ରଶଂସା ସାଉଁଟିଛି । ଉଭୟ ଚଳଚ୍ଚିତ୍ରକୁ ସିନେ ସମୀକ୍ଷକ ବି ପ୍ରଶଂସା କରିଛନ୍ତି ଓ ବକ୍ସ ଅଫିସିରେ ଫିଲ୍ମ ୨ଟି ଭଲ ଆୟ କରିବ ବୋଲି ଅସକରିଛନ୍ତି ।

Previous ୨ଦିନିଆ ବିଧାୟକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ସରଳ ଜୀବନଯାପନ ପାଇଁ ପରାମର୍ଶ ଦେଲେ
Next ରାଶି ତେଲର ଉପକାରୀତା

No Comment

Leave a reply

Your email address will not be published. Required fields are marked *