ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ବନ୍ଦ କରାଯାଇଥିବା ବୁଥ୍ଗୁଡ଼ିକରେ ଆଜି ସାନି ମତଦାନ କରାଯାଉଛି। ସକାଳ ୭ଟାରୁ ରାଜ୍ୟର ୯ଟି ବୁଥ୍ରେ ଚାଲିଛି ସାନି ମତଦାନ ହେଉଛି। ରାଜ୍ୟ ନିର୍ବାଚନ ଅଧିକାରୀ ସାନି ମତଦାନ କରାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ସାନି ମତଦାନ ଚାଲିଥିବା ବୁଥ୍ଗୁଡ଼ିକ ମଧ୍ୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲାର ୨ଟି, କନ୍ଧମାଳର ୨ଟି, ବରଗଡ଼ର ୪ଟି ଏବଂ ଆସ୍କାର ଗୋଟିଏ ବୁଥ । ସୁନ୍ଦରଗଡ଼ ଅନ୍ତର୍ଗତ ବଣାଇର ୧୨୯ ନମ୍ବର ବୁଥ୍, ୨୧୩ ନମ୍ବର ବୁଥ୍, କନ୍ଧମାଳ ଅନ୍ତର୍ଗତ ଦଶପଲ୍ଲାର ୨୧୦ ଓ ୨୨୨ ନମ୍ବର ବୁଥ୍, ବରଗଡ଼ ଅନ୍ତର୍ଗତ ଅତାବିରାର ୨୩୫ ନମ୍ବର ବୁଥ୍ ଏବଂ ଆସ୍କାର ସୋରଡ଼ାର ୧୮୨ ନମ୍ବର ବୁଥ୍ରେ ସାନି ମତଦାନ ଚାଲିଛି। ଏଥିରୁ କେତେକ ବୁଥ୍ରେ ଅପରାହ୍ଣ ୪ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ ଓ ଅନ୍ୟ କେତେକ ବୁଥ୍ରେ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ। ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଡାକଡି କରାଯାଇଛି।
ରାଜ୍ୟର ୯ଟି ବୁଥ୍ରେ ଚାଲିଛି ସାନି ମତଦାନ
re-polling in 9 booths continue

No Comment