ରାଜ୍ୟରେ ଆହୁରି ୪୮ ଘଣ୍ଟା ବର୍ଷା

rain in odisha in next 48 hour

ସାରା ରାଜ୍ୟରେ ମନସୁନ ଟ୍ରପ ଲାଇନ ପ୍ରଭାବରେ ଗତ ୩ଦିନ ହେବ ବର୍ଷା ଲାଗି ରହିଛି । ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସୁଦ୍ଧା ପୁରୀରେ ୮୭ ମିଲିମିଟର, ଭୁବନେଶ୍ୱରରେ ୫୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅନ୍ୟପକ୍ଷରେ, ଲଗାଣ ବର୍ଷା ଫଳରେ ରାଜଧାନୀ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ବାଲିଗୁଡ଼ାରେ ଲଗାଣ ବର୍ଷା କାରଣରୁ କଲଭର୍ଟ ଭାସିଯାଇ ଗମନାଗମନ ଠପ୍ ହୋଇଛି । ସେହିଭଳି କଲ୍ୟାଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେବା ସହ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । କଲ୍ୟାଣସିଂହପୁରରେ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ଧୋଇଯିବାରୁ ଗମନାଗମନ ଠପ୍ ହୋଇଛି। ଏଥିରେ ୬ଟି ପଞ୍ଚାୟତ ବାହ୍ୟଜଗତରରୁ ବିଚ୍ଛିନ୍ନ ହେବାସହ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

Previous ସମ୍ୱଲପୁରରେ ବସ୍‌ ଦୁର୍ଘଟଣା: ୧୦ରୁ ଅଧିକ ଯାତ୍ରୀ ଆହତ
Next ଆସ୍ଥା ଭୋଟରେ ଜିତିଲେ ୟେଦୁରପ୍ପା

No Comment

Leave a reply

Your email address will not be published. Required fields are marked *