୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

rahul gandhi visit odisha on 26th april

ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏହି ଅବସରରେ ସେ ବାଲେଶ୍ୱରରେ ଓ ଜଗତସିଂହପୁର ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ସଭାପତିଙ୍କ ଓଡ଼ିଶା ଗସ୍ତ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ। ବରଗଡ଼ରେ ନିର୍ବାଚନୀ ସଭାରେ ସେ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷଥିଲେ ରାହୁଲ। ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ଗ୍ରସ୍ତ ରାଜ୍ୟ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଆଶାକରା ଯାଇପାରେ

Previous ୬ ଲୋକସଭା ଓ ୪୨ ବିଧାନସଭାରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ
Next ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣା :ଗିରଫ ହେଲେ ପ୍ରଦୀପ ମହାରଥୀ

No Comment

Leave a reply

Your email address will not be published. Required fields are marked *