ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନୀତି ମାମଲାରେ ସୁପ୍ରିମ୍ କୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନଃଶୁଣାଣି ପାଇଁ ଆଗତ ମାମଲାରେ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ସୁପ୍ରିମ୍ କୋର୍ଟଙ୍କ ନିକଟରେ ୪ ସପ୍ତାହର ସମୟ ପାଇଁ ଅନୁରୋଧ କରିଥିଲେ। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଅନୁରୋଧକୁ ପ୍ରତ୍ୟାଖାନ କରି ଦେଇଥିଲେ। ପରେ, ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଆସନ୍ତା ମେ’ ୪ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ଶୁଣାଣିକୁ ମେ’ ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ରାଫେଲ ମାମଲା: ମେ’ ୬ରେ ଶୁଣାଣି!
rafale deal supreme court issues formal notice to center on review petitions

No Comment