ମୋଦିଙ୍କ ଅଧ୍ୟକ୍ଷତାରେ ସରିଲା କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ : ପାକିସ୍ତାନ ପ୍ରତି ଦୃଢ଼ ପଦକ୍ଷପ ନେବ ଭାରତ !

pulwama terror attack CCS meeting

ଜମ୍ମୁ-କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଆଜି ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ଶେଷ ହୋଇଯାଇଛି। ଗତକାଲି ପୁଲୱାମାରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଆକ୍ରମଣରେ ୪୪ ଜଣ ଯବାନ ସହୀଦ ହୋଇଥିବା ବେଳେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ସମୀକ୍ଷା ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ତିନି ସେନାମୁଖ୍ୟ, ସିଆରପିଏଫ୍ ଡିଜି ସାମିଲ ହୋଇଥିଲେ । ସ୍ଥିତିର ସମୀକ୍ଷା ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଯିବେ । ସେହିପରି ତଦନ୍ତ କରିବା ପାଇଁ ଏନଆଇଏର ଏକ ଟିମ୍ ପୁଲୱାମାରେ ପହଞ୍ଚିଛନ୍ତି । ସେପଟେ ଜମ୍ମୁ କାଶ୍ମୀରରେ ମୁତୟନ ସୁରକ୍ଷାକର୍ମୀଙ୍କର ଆଜି ଗୁରୁତ୍ୱପୂଣ୍ଣ ବୈଠକ ବସିବ ବୋଲି ସୂଚନା ରହିଛି । ଏଥିରେ ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହେବେ । ଆତଙ୍କବାଦୀ ଆକ୍ରମଣ ପରେ ଦକ୍ଷିଣ କାଶ୍ମୀରରେ ମୋବାଇଲ୍ ଇଂଟରନେଟ୍ ସେବା ବନ୍ଦ ରଖାଯାଇଛି । ଶ୍ରୀନଗରରେ ମୋବାଇଲ ଡାଟାକୁ ୨ଜି ବେଗରେ ହ୍ରାସ କରାଯାଇଛି । ଏହି ବୈଠକ ପରେ କଡ଼ା ଆଭିମୁଖ୍ୟ ସରକାର ରଖିଥିବା ଜେଟିଲୀ ଜଣାଇଛନ୍ତି। ସେ କହିଛନ୍ତି ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଦୃଢ ପଦକ୍ଷେପ ନେଇଛି। ଭାରତ ଏବେ ମୋଷ୍ଟ ଫେଭର୍‌ଡ ନେସନ୍‌ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍‌ ଦେଲା। ଜେଟ୍‌ଲୀ ସୂଚନା ଦେଇ କହିଛନ୍ତି ୨୦୧୬ ସେପ୍ଟେମ୍ବରରେ ଉରିର ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଏଭଳି କଡ଼ା ପଦକ୍ଷେପ ନେଇ ପାରିନଥିଲେ , କିନ୍ତୁ ଏବେ ଏଥିଲାଗି ବିଦେଶ ମନ୍ତ୍ରାଳୟପ୍ରକ୍ରିୟା ଆରମ୍ଭ କରିଛି। ଏହାଫଳରେ ପାକିସ୍ତାନ ଅଲଗା ହୋଇଯିବ । ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇ କୁହାଯାଇଛି ଯେ ସରକାର ଓ ସେନା ସହ ଆମେ ଅଛୁ। ଏହି ଆକ୍ରମଣ ଭାରତର ଆତ୍ମା ଉପରେ ହୋଇଛି। ଅନ୍ୟପକ୍ଷରେ ଆଜି ସହିଦ ହୋଇଥିବା ୪୪ ଜଣ ସିଆର୍‌ପିଏଫ୍‌ ଯବାନଙ୍କର ପାର୍ଥିବ ଅବଶେଷ ଆଣିବାକୁ ଭାରତୀୟ ବାୟୁସେନା ତା’ର ଗ୍ଲୋବ୍‌ମାଷ୍ଟର୍‌ ପରିବହନ ବିମାନ ସି-୧୭କୁ ଶ୍ରୀନଗର ପଠାଇବ। କିଛି କ୍ଷଣ ମଧ୍ୟରେ ହିନ୍ଦୋନ୍‌ ବିମାନଘାଟିରୁ ଭାରତୀୟ ବାୟୁସେନାର ସି-୧୭ ବିମାନ ଶ୍ରୀନଗର ଅଭିମୁଖେ ବାହାରୁଛି। ସହିଦ ଯବାନମାନଙ୍କ ପାର୍ଥିବ ଅବଶେଷ ପ୍ରଥମେ ଦିଲ୍ଲୀକୁ ଅଣାଯାଇ ଶେଷକୃତ୍ୟ ନିମନ୍ତେ ସେଠାରୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇ ଦିଆଯିବ। ସହିଦମାନଙ୍କ ପାର୍ଥିବ ଶରୀର ଜାତୀୟ ରାଜଧାନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀବୃନ୍ଦ ଏବଂ ଅନ୍ୟ ରାଜନେତାମାନେ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର କାର୍ଯ୍ୟକ୍ରମ ରହିଛି ।

Previous ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍
Next ସମସ୍ତ ଯୁକ୍ତ୨ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା

No Comment

Leave a reply

Your email address will not be published. Required fields are marked *