ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ

prabhat biswal will not contest poll

୨୦୧୯ ନିର୍ବାଚନ ଲଢ଼ିବେନି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ। ଏନେଇ ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଚିଠରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ସହ କହିଛନ୍ତି ଯେ ସିବିଆଇ ମତେ ଚିଟ୍‌ଫଣ୍ଡ୍‌ ମାମଲାରେ ଛନ୍ଦିବା ଲାଗି ଉଦ୍ୟମ କରିଥିଲା। ମୋ ବିରୋଧରେ ଆଗତ ଅଭିଯୋଗ ସବୁ କପୋଳକଳ୍ପିତ ଓ ଭିତ୍ତିହୀନ। ମତେ ଓ ଦଳକୁ ବଦନାମ କରିବା ନିମନ୍ତେ ସିବିଆଇକୁ ବ୍ୟବହାର କରାଯାଇଥିଲା। ଅଦାଲତ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଣି ହେବା ଯାଏଁ ନିର୍ବାଚନରୁ ଦୂରେଇ ରହିବି, କିନ୍ତୁ ସବୁବେଳେ ଦଳ ସାଙ୍ଗରେ ଥିବି। ଦଳ ଯାହା ଦାୟିତ୍ୱ ଦେବ ତହା ଗ୍ରହଣ କରି ସୂଚାରୁ ରୂପେ ତାହା ତୁଲାଇବି। ସିସୋର୍‌ ଚିଟ୍‌ଫଣ୍ଡ୍‌ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। କିଛି ଦିନ ପରେ ସେ ଜାମିନରେ ମୁକୁଳି ଥିଲେ। ଏହାସହ ସେ ନୁହେଁ ତାଙ୍କ ପୁଅଙ୍କ ପାଇଁ ଟିକେଟ ଆସିଥିବା ଚର୍ଚ୍ଚା ହେଉଥିଲା ।

Previous ବିଜେପିର ୪ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ
Next ଭୌତିକ ସଫଳତା ସହ ଆଧ୍ୟାତ୍ମିକ ସଫଳତା ଗୁରୁତ୍ୱ ପୂର୍ଣ୍ଣ: ଗଜପତି ମହାରାଜା

No Comment

Leave a reply

Your email address will not be published. Required fields are marked *