ଓଡ଼ିଶା ଗସ୍ତରେ ମୋଦି, ବିଜେପି ବିଜୟୀ ହେବା ନେଇ ଆଶାବାଦୀ

pm modi at sng rally

ଆଜି ଓଡ଼ିଶା ଗସ୍ତରେ ଆସି ସୁନ୍ଦରଗଡ଼ ଓ ସୋନପୁରରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଗସ୍ତ ପୂର୍ବରୁ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଜଣାଇଥିଲେଯେ ଓଡ଼ିଶାର ସୁନ୍ଦରଗଡ଼ ଓ ସୋନପୁରରେ ଜନସଭାକୁ ସମ୍ବୋଧିତ କରିବି, ଓଡ଼ିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ, ବିଜେପି ରେକର୍ଡ ସଂଖ୍ୟାରେ ଆସନ ସହ ବିଜୟ ଲାଭ କରିବ। ଓଡ଼ିଶାରେ ପହଞ୍ଚି ମଧ୍ୟ ଉଭୟ ବିଜେଡ଼ି ଓ କଂଗ୍ରେସ ଦଳକୁ କଟୁ ସମାଲୋଚନା କରିଛନ୍ତି । ସୁନ୍ଦରଗଡ଼ର ରୁପିଢ଼ିହି ଛତାବର ପଡ଼ିଆରେ ଆୟୋଜିତ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଏହି ସଭାରେ ଆପଣମାନେ ଯେତେ ସଂଖ୍ୟାରେ ଆସିଛନ୍ତି ତାହା ଦେଖି ମୁଁ ଅଭିଭୂତ।ଏହାକୁ ମୁଁ କେବେ ଭୁଲିପାରିବି ନାହିଁ । ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ଼ ଆସିଛି, ପ୍ରଧାନ ସେବକ ତା’ର ମାଲିକଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ବିଜେପି ଦେଶର ଲୋକଙ୍କ ଆକାଂକ୍ଷାରୁ ଜନ୍ମ ନେଇଛି। ଏହା ପରିବାରବାଦ ଉପରେ ଆଧାରିତ ନୁହେଁ କି ଅର୍ଥବଳ ଉପରେ ତିଆରି ହୋଇ ନାହିଁ। ବିଜେପି ହେଉଛି କାର୍ଯ୍ୟକର୍ତ୍ତାଙ୍କ ଦଳ। ଏହା ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି। ଓଡ଼ିଶାରେ ଏଥର ସବୁଠାରୁ ଅଧିକ ଆସନରେ ବିଜେପି ବିଜୟୀ ହେବ।

Previous ମର୍କତ ନଗର ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଅଗ୍ନିକାଣ୍ଡ: ଜଳିଗଲା ବହୁ ଆସବାବପତ୍ର, ଗୁରୁତ୍ୱପୂର୍ଣ୍ଣ ଦଲିଲ
Next ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ଶତ୍ରୁଘ୍ନ ସିହ୍ନା

No Comment

Leave a reply

Your email address will not be published. Required fields are marked *