ଢାବାରୁ ନାବାଳକର ମୃତଦେହ ଉଦ୍ଧାର,ଥାନା ଅଧିକାରୀଙ୍କୁ ମାଡ଼ ଅଭିଯୋଗ

people beat police officer in balasore

ବାଲେଶ୍ୱର ଜିଲା ଜଳେଶ୍ୱର  ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକରେ ଥିବା ଏକ ଢାବାରୁ  ଏକ ଢାବାରୁ ଆଜି ସକାଳୁ ଏକ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣକ ହେଉଛି ବିଜୟ ଦଳାଇ (୧୬)। ସେ ନାସିନ୍ଦା ପଞ୍ଚାୟତ ଓଲୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୋଲିସକୁ ଖବର ଜଣାଇବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ମାତ୍ର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ କେହି ନାବାଳକକୁ ହତ୍ୟା କରି ଟାଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଲୋକେ ଉତକ୍ଷିପ୍ତ ହୋଇ ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ଼ ମାରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଓ ପରିବାର ଲୋକେ ରାସ୍ତାରୋକ କରିଥିଲେ । ସୂଚନା ଅନୁଯାୟୀ, ୪ ବର୍ଷ ହେବ ଘଟଣା ଘଟିଥିବା ହୋଟେଲରେ ବିଜୟଙ୍କ କାକା ମହେଶ୍ୱର ଦଳାଇ କାମ କରୁଥିଲା। ଦେଢ ବର୍ଷ ତଳେ ସେ ବିଜୟକୁ ହୋଟେଲକୁ କାମ କରିବାକୁ ଆଣିଥିଲା। ମାତ୍ର ଆଜି ସକାଳେ ବିଜୟଙ୍କର ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ମିଳିଛି ।

Previous କର୍ଣ୍ଣାଟକରେ ଆଜି ସରକାର ଗଢ଼ିପାରେ ବିଜେପି
Next ୪ବର୍ଷିଆ ହେଲା ବି.ଇଡି ପାଠ୍ୟକ୍ରମ

No Comment

Leave a reply

Your email address will not be published. Required fields are marked *