ବିଜେପି ନେତା ପେମା ଖାଣ୍ଡୁ ଆଜି ଦ୍ୱିତୀୟ ଥରପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ବି.ଡି. ମିଶ୍ରା, ପେମା ଖାଣ୍ଡୁ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ପେମା ଖାଣ୍ଡୁଙ୍କ ସମେତ ଅନ୍ୟ ୧୧ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ୬୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪୧ଟି ଆସନରେ ବିଜୟ ହାସଲ କରିଛି । ଶ୍ରୀ ଖାଣ୍ଡୁ ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ।
ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ
pema khandu sworn in as arunachal cm

No Comment